ଅକଜିକାଲି ଅଧିକାଂଶ ଲୋକ ମାନସିକ ବିଷାଦଗ୍ରସ୍ତ ବା ଡିପ୍ରେସନର ଶିକାର ହେଉଛନ୍ତି । ଫଳରେ ସେମାନେ ଅନେକ ଭୁଲ୍ ତଥା ସାଂଘାତିକ ପଦକ୍ଷେପମାନ ନେଉଛନ୍ତି । ଖାସ୍ କରି ଏହି କରୋନା କାଳରେ ଲୋକେ ଅଧିକ ଚାପରେ ରହୁଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବାର ଏକମାତ୍ର ଉପଚାର ହେଉଛି ଖୁସିରେ ରହିବା । ଯଦି ଆପଣ ବି ଏହି ଚାପରେ ରହିଛନ୍ତି, କିଛି ସରଳ ଉପାୟ ଆପଣାଇ ଚାପମୁକ୍ତ ରହିବା ସହ ପୂର୍ବ ପରି ଖୁସିରେ ରହିପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ –
– ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ବୁଲିବାକୁ ଯାଆନ୍ତୁ ଓ ହାଲୁକା ବ୍ୟାୟାମ କିମ୍ବା ଯୋଗ କରନ୍ତୁ ।
– ସକାଳ ବା ପ୍ରାତଃକାଳ ଏବଂ ଶୋଇବା ସମୟରେ ୧୫ ମିନିଟ୍ ପାଇଁ ଭଗବାନଙ୍କ ଧ୍ୟାନ କରନ୍ତୁା
– ନିଜକୁ ଜାଣନ୍ତୁ ନିଜର ପ୍ରତିଭା, କ୍ଷମତା ଏବଂ ସୀମାକୁ ଚିହ୍ନନ୍ତୁ ।
– ଯାହା ଅଛି ସେଥିରେ ସନ୍ତୁଷ୍ଟ ରୁହନ୍ତୁ ଏବଂ କାର୍ଯ୍ୟ କରିବା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ ।
– ଉତ୍ସାହ ଏବଂ ଅ ।ତ୍ମବିଶ୍ୱାସ ସହିତ କାର୍ଯ୍ୟ କରନ୍ତୁ ଏବଂ ଏକ ବ୍ୟବସ୍ଥିତ ଦିନଚଯ୍ୟାରେ ଅଭ୍ୟସ୍ତ ରୁହନ୍ତୁ ।
– ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ ୟ ନକାରାତ୍ମକ ଚିନ୍ତାଧାରା ଶକ୍ତି ନଷ୍ଟ କରେ ।
– ସର୍ବଦା ବର୍ତ୍ତମାନରେ ରୁହନ୍ତୁ । ଅତୀତ ଏବଂ ଭବିଷ୍ୟତ ବିଷୟରେ ବୃଥା ଚିନ୍ତାରୁ ଦୂରେଇ ରହି ସର୍ବଦା ଖୁସି ରୁହନ୍ତୁ ଏବଂ ହସି ହସି ବଂଚିବା ଶିଖନ୍ତୁ ।
– ଏକ ସରଳ ଜୀବନଯାପନ କରନ୍ତୁ । ଜୀବନରେ ଗୁଣବତ୍ତା ଉପରେ ବିଶ୍ୱାସ ରଖନ୍ତୁ ଦେଖାଇହେବା ଠାରୁ ଦୂରେଇ ରୁହନ୍ତୁ ।