ଅଵ୍ୟଵସ୍ଥା ଘେରରେ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟ

ଜଳେଶ୍ୱର/ ଅଜିତ ସାହୁ: ଅବ୍ୟବସ୍ଥା ଘେରରେ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟ। ଛାତ୍ର ଛାତ୍ରୀ ମାନଙ୍କୁ ମିଳୁନି ମୈଳିକ ସୁବିଧା । ୟୁରିନାଲ, ପିଇବା ପାଣି ପରି ମୌଳିକ ସୁବିଧା ସୁଯୋଗ ନାହିଁ ମହାବିଦ୍ୟ।।ଳୟରେ । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।
ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ କାଳିପଦାସ୍ଥିତ ଯୋଗାଇ କୃଷ୍ଣ ଚନ୍ଦ୍ର ପିପିଲି ମହା ବିଦ୍ୟାଳୟ ୧୯୮୨ ମସିହାରେ ପ୍ରତିଷ୍ଠା ହୋଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ କ୍ଷମତା ୨ହଜାରରୁ ଅଧିକ ରହିଛି । ଏଠାରେ +୨ରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ଶିକ୍ଷାଦାନ ହେଉଥିବା ବେଳେ +୩ରେ କେବଳ କଳାରେ ନିର୍ଦ୍ଦିଷ୍ଟ କିଛି ବିର୍ଷରେ ଅନର୍ସ ରହିଛି । ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଏହି ମହାବିଦ୍ୟାଳୟ କାନ୍ଧରେ । ତେବେ ଚଳିତବର୍ଷ କୋଭିଡ ସତ୍ତ୍ୱେ, କଲେଜ କର୍ତୁପକ୍ଷ,ଆଡମିସନ, ରିଆଡମିସନ, ଟିଉସନ ଫି ଓ ଡେଭଲପମେଣ୍ଟ ଫି ବାବଦରେ ଆଖପାଖର ଅନ୍ୟାନ୍ୟ କଲେଜ ତୁଳନାରେ, ୭୦୦ ରୁ ୧୫୦୦ ଟଙ୍କା ପର୍ୟ୍ୟନ୍ତ ଅଧିକ ଫି ନେଉଥିବା ଅଭିଯୋଗ ହୋଇଛି।
ବାଇଟ- ନିହାର ରଞ୍ଜନ ବେହେରା (କଲେଜ ଛାତ୍ର)
ଅନପ;ଠ ଦୁଃଖ ଓ ପରିତାପର ବିଷୟ କି, ପିଲାଙ୍କଠାରୁ ଏତେ ଅର୍ଥ ଆଦାୟ କରାଯାଉଥିଲେ ମଧ୍ୟ ଆବଶ୍ୟକ ମୁତାବକ ସୁବିଧା ସୁଯୋଗ ନାହିଁ କଲେଜରେ । କଲେଜରେ ପିଇବା ପାଣି, ପରିଶ୍ରାଗାର, ଶୌଚାଳୟ ସୁବିଧା ଅଛି କିନ୍ତୁ ଏହାକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଉ ନାହିଁ ଛାତ୍ରଛାତ୍ରୀଙ୍କୁ । ପିଲାମାନେ ପରିଶ୍ର।। କରିବାକୁ ପରିତ୍ୟକ୍ତ ଓ ଅସ୍ୱାସ୍ଥ୍ୟକର ଜାଗାକୁ ଯିବାକୁ ବାଧ୍ୟ ହେଉଛନ୍ତି। ଥଣ୍ଡା ପାଣି ପାଇଁ ମେସିନ ଅଛି କିନ୍ତୁ ଅକାମି ହୋଇ ପଡିଛି । ଏନେଇ ଅଭିଯୋଗ କଲେ କର୍ତ୍ତୃପକ୍ଷଙ୍କ ନାଲି ଆଖି ଦେଖିବାକୁ ମିଳୁଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି।
ଏହି ସବୁ ସମସ୍ୟାକୁ ନେଇ ପ୍ରିନ୍ସିପାଲ ହରପ୍ରିୟା ଦାସଙ୍କୁ ପଚାରିଲେ ତାଙ୍କଠାରୁ ମିଳୁଛି ଅଜବ ଉତ୍ତର ।
ଶୁଣିଲେତ କଣ କହୁଛନ୍ତି ପ୍ରିନ୍ସିପାଳ ମାଡମ । ଏବେ ଦେଖିବାକୁ ବାକି ରହିଲା କେବେ ଛାତ୍ରଛାତ୍ରୀଙ୍କୁ କଲେଜ ମଧ୍ୟରେ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି ।
ଏୠଞ୮ଘଉ୨