ଆଉ ମାତ୍ର କିଛି ସମୟର ଅପେକ୍ଷା । ଉକ୍ରଣ୍ଠାରେ ସାରା ଦେଶ । ହଟିବ ଅନ୍ଧାର , ବଞ୍ଚିବ ଜୀବନ । ଦୀର୍ଘ ୧୨ଦିନ ପରେ ୪୧ ଜଣ ଶ୍ରମିକ ଦେଖିବେ ଆଲୋକ ।ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ । ଦୀର୍ଘ ୧୧ ଦିନ ଧରି ଟନେଲ ଭିତରେ ଫସି ରହିଥିବା ୪୧ ଶ୍ରମିକ ବାହାର ଦୁନିଆର ଆଲୋକ ଦେଖିବେ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉତ୍ତରକାଶୀ ଟନେଲରେ ଉଦ୍ଧାର କାର୍ଯ୍ୟ। ଭୁଶୁଡ଼ି ପଡ଼ିଥିବା ୬୦ ମିଟରରୁ ୪୫ ମିଟର ଟପିଲେଣି ଉଦ୍ଧାରକାରୀ।
ଏହି ଉଦ୍ଧାର କାର୍ଯ୍ୟରେ ହିରୋ ସାଜିଥିବା ସେହି ମଣିଷ, ଯାହା ପାଇଁ ଆଜି ଏ ରେସକ୍ୟୁ ସମ୍ଭବପର ହେଉଛି ତାଙ୍କ ବିଷୟରେ ଆପଣ କେତେ ଜାଣିଛନ୍ତି । ସବୁ ଚେଷ୍ଟା ବିଫଳ ଯାଉଥିବାବେଳେ ସେ ମଣିଷ କିନ୍ତୁ ଦେବଦୁତଙ୍କ ଭଳି ଛିଡା ହୋଇଥିଲେ । ଆଉ ସାହାସର ସହ କହିଥିଲେ ମୁଁ ୪୧ ଜଣଙ୍କୁ ସୁଡଙ୍ଗରୁ ସୁରକ୍ଷିତ ଉଦ୍ଧାର କରି ଘରକୁ ପଠାଇବି । ଏ ହେଉଛନ୍ତି ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଡିକ୍ସ ଆର୍ନୋଲ୍ଡ । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏଜେନ୍ସିଗୁଡ଼ିକ ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଡିକ୍ସ ଆର୍ନୋଲ୍ଡଙ୍କ ସହାୟତା ନେଇଛନ୍ତି।
ଆର୍ନୋଲ୍ଡ ଡିକ୍ସଙ୍କ ଆତ୍ମବିଶ୍ୱାସକୁ ଦେଖି ଲାଗୁଛି ଯେ ସେ ତାଙ୍କ କଥା ରଖିବେ । ଆଉ ସୁଡଙ୍ଗ ଭିତରୁ ୪୧ ଜଣ ଶ୍ରମିକଙ୍କୁ ବାହାରକୁ ଆଣିପାରିବେ । ତେବେ ଆଜି ଆମେ ଆପଣଙ୍କୁ ଏହି ଆର୍ନୋଲ୍ଡ ଡିକ୍ସ କିଏ ଏବଂ କାହିଁକି ଏଭଳି ଏକ ଘଡସନ୍ଧି ମୁହୂର୍ତ୍ତରେ ତାଙ୍କ ଉପରେ ଏତେ ଭରଷା ରହିଛି ।