ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା : ଷ୍ଟାଣ୍ଡିଂ ବାବା, ହୁଗୁଳିରୁ ସୁନନ୍ଦା ମାତା, ଅନନ୍ତଗିରି ନାଗା ବାବା, ଡାକ୍ତର ବାବାଙ୍କ ଭଳି ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ପହଞ୍ଚିଲେଣି ମେଳାରେ
ଭୁବନେଶ୍ୱର : ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା। ଏଥିପାଇଁ ଓଡ଼ିଶା ସମେତ ରାଜ୍ୟ ବାହାରୁ ଖଣ୍ଡଗିରି ଓ ଉଦୟଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ । ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ସମସ୍ତେ ନିଜର ସ୍ଥାନରେ ଧୂନି ଜଳାଇବା ପାଇଁ ପ୍ରସ୍ତୁତି କରିସାରିଲେଣି। ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ । ରାମଚରିତ ମାନସ ପାଠ ଯୋଗୁ କମ୍ପିବ ଖଣ୍ଡଗିରି ଓ ଉଦରଗିରି ପାହାଡ ।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ରୁଅଧିକ ସାଧୁସନ୍ଥ ପହଞ୍ଚିଲେଣି। ଦୁଇ ବର୍ଷ ପରେ ପୁଣି ଖଣ୍ଡଗିରି ଅଞ୍ଚଳ କମ୍ପିବ। ନାଗ ବାବା ଷ୍ଟାଣ୍ଡିଂ ବାବା, ହୁଗୁଳିରୁ ସୁନନ୍ଦା ମାତା, ଅନନ୍ତଗିରି ନାଗା ବାବା, ଡାକ୍ତର ବାବାଙ୍କ ଭଳି ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚି ସାରିଛନ୍ତି । ଏବଂ ଆହୁରି ବାବା ଆସିବେ ବୋଲି ଆସ କରାଯାଉଛି | ସେପଟେ ପାହାଡ଼ ତଳେ ଅପେରା ପାର୍ଟି ମାନଙ୍କ ଟେଣ୍ଟ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାତ୍ରା ଗହଳିକୁ ଦୃଷ୍ଚିରେ ରଖି ପ୍ରଶାସନ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା, ଦୋକାନୀ ମାନଙ୍କ ଲାଗି ଜାଗା ପ୍ରଦାନ ସରିଛି। ଚଳିତ ବର୍ଷ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି।
ଏଥିସହ ଆଜି ହେଉଛି ପବିତ୍ର ମାଘ ସପ୍ତମୀ। ଏଥିପାଇଁ ପାଇଁ ଚଳଚଞ୍ଚଳ କୋଣାର୍କ। ଏହି ଅବସରରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଓ ବେଳାଭୂମିରେ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ଏଥିସହିତ ଆଜି ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି ।