(ବିଜୟ କୁମାର କାରୁଆ): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଡେଣୁଆ ନିକଟରୁ ଏକ ବେଆଇନ ଚୋରା କାଠ ଗାଡିକୁ ଜବତ କରିଛି ପାଟଣା ବନବିଭାଗ । ଗତକାଲି ବିଳମ୍ବିତ ରାତିରେ ଏକ ବୋଲେର ଗାଡିରେ କାଠ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ପାଟଣା ବନବିଭାଗ କେନ୍ଦେଇପଶି – ଡେଣୁଆ ରାସ୍ତା ନିକଟରେ ଚୋରା କାଠ ବୋଝେଇ ବୋଲେରକୁ ପିଛା କରି ଡେଣୁଆ ନିକଟରେ ଚୋରା କାଠ ବୋଝେଇ ଗାଡିକୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ଧାରର ସୁଯୋଗରେ ଗାଡ଼ି ଚାଳକ ଗାଡି ରଖି ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛି । ଚୋରା କାଠ ବୋଝେଇ ଗାଡିଟିକୁ ପାଟଣା ରେଞ୍ଜ ଅଫିସକୁ ଅଣାଯାଇଥିବା ବେଳେ ଜବତ ପଟା-୬୪ପିସ୍,ଚୈକାଠ- ୧୨ପିସ୍ ଏହି କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ପାଟଣା ରେଞ୍ଜର ବନବିଭାଗ ଅଫିସର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ପାଟଣା ରେଞ୍ଜର ବନବିଭାଗ ଅଫିସର ପବିତ୍ର ମୋହନ ନାୟକ, ମୋବାଇଲ ରେଞ୍ଜ ଅଫିସର ଘାସିନାଥ ପାତ୍ର , ପାଟଣା ଫରେଷ୍ଟର ଶଶୀଭୂଷଣ ବାରିକ , ଖିରେଇଟାଙ୍ଗିର ଫରେଷ୍ଟର ଅମୂଲ୍ୟ ସେନାପତି ସମେତ ମୋବାଇଲ ସ୍କୁଡ୍ ଓ ପାରାଷ୍ଟାପ ମିଳିତ ଚଢ଼ାଉରେ ସାମିଲ ଥିଲେ ।