ଘରେ ରଖନ୍ତୁ ମାଠିଆ ବା ସୁରେଇ

ବ୍ୟୁରୋ : ପୂର୍ବରୁ ଲୋକେ ଘରେ ମାଟିରେ ତିଆରି ମାଠିଆରେ ପାଣି ରଖି ପିଉଥିଲେ । ଏଣୁ ପ୍ରତ୍ୟକ ଲୋକଙ୍କ ଘରେ ମାଠିଆ ଦେଖିବାକୁ ମିଳୁଥିଲା । ବିଶେଷକରି ଗ୍ରୀଷ୍ମ ଦିନରେ ଲୋକେ ମାଠିଆ ପାଣି ପିଇବାକୁ ଭଲ ପାଆନ୍ତି । ଏହା କେବଳ ପାଣିକୁ ପ୍ରାକୃତିକ ଭାବେ ଥଣ୍ଡା କରେନି ବରଂ ଏହାର ସ୍ୱାସ୍ଥ୍ୟଗତ ଗୁଣ ମଧ୍ୟ ରହିଛି । ମାଠିଆ ପାଣି ସ୍ୱାସ୍ଥ୍ୟ ପାଇଁ ହିତକର ।

ମାଟିରେ ତିଆରି ମାଠିଆ ଜୀବନରେ ଖୁସି ଆଣିବାରେ ମଧ୍ୟ ମହତ୍ୱପୂର୍ଣ୍ଣ । ମାଠିଆକୁ ଗୁଡ଼ ଲକ ବୋଲି ମଧ୍ୟ କୁହାଯାଏ । ମାଠିଆ ସହ ସମ୍ବନ୍ଧିତ କିଛି ଉପାୟ ଆପଣେଇଲେ ଆର୍ଥିକ ସମସ୍ୟା ଦୂର ହେବାସହ ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ । ବାସ୍ତୁଶାସ୍ତ୍ରରେ ମଧ୍ୟ ମାଠିଆର ଅନେକ ଗୁରୁତ୍ୱ ରହିଛି । ମାଠିଆ ସମ୍ବନ୍ଧୀୟ କିଛି ଉପାୟ ସମ୍ପର୍କରେ ଜାଣନ୍ତୁ ଯାହା ଆପଣଙ୍କ ଜୀବନରେ ଖୁସି ଭରିବା ସହ ଚିନ୍ତାରୁ ମୁକ୍ତ କରିଦେବ ।

୧. ସବୁବେଳେ ମାଠିଆ ଭର୍ତ୍ତି କରି ରଖିବେ: ମାଠିଆ କେବେ ବି ଖାଲି ରଖିବେନି, ସବୁବେଳେ ଭର୍ତ୍ତି କରି ରଖିବେ । ମାଟି ସୁରେଇ କିମ୍ବା ମାଠିଆରେ ସବୁବେଳେ ପାଣି ରଖିବା ଉଚିତ । ମାଠିଆରେ ପାଣି ଭରି ରଖିବା ଶୁଭ ହୋଇଥାଏ ।

୨. ଉତ୍ତର ଦିଗରେ ରଖିବେ : ବାସ୍ତୁଶାସ୍ତ୍ରରେ ମାଟି ତିଆରି ମାଠିଆର ଅନେକ ମହତ୍ୱ ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ମାଠିଆ କିମ୍ବା ସୁରେଇ ସବୁବେଳେ ଉତ୍ତର ଦିଗରେ ରଖିବା ଉଚିତ । ଏହା ଉତ୍ତମ ଫଳ ପ୍ରଦାନ କରିଥାଏ । ଉତ୍ତର ଦିଗରେ ଜଳ ଦେବତା ବରୁଣ ବାସ କରନ୍ତି ।