କରୋନା କଟକଣାକୁ ମାନି ଖୋଲିବ ଦ୍ୱିତୀୟ ଶ୍ରୀକ୍ଷେତ୍ର

(ମମତା ସାମଲ): ଦୀର୍ଘ ୯ମାସର ବ୍ୟବଧାନ ପରେ ଖୋଲିବ ଦ୍ୱିତୀୟ ଶ୍ରୀକ୍ଷେତ୍ର । ଭକ୍ତ ଏବଂ ପ୍ରଭୁଙ୍କ ମହା ମିଳନ ଘଟିବ । ଆସନ୍ତା ୫ ତାରିଖରୁ ବାରିପଦା ସ୍ଥିତ ପ୍ରଭୁ ଶ୍ରୀ ହରିବଳଦେବ ଜିୟୁ ବିଜେଙ୍କ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମଠ ଓ ମନ୍ଦିର ଖୋଲିବ । ଏନେଇ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ମନ୍ଦିର ଖୋଲିବା ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଧର୍ମାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ବାରିପଦା ସମେତ ଖିଚଂ ମନ୍ଦିର, କଖାରୁଆ ବୈଦ୍ୟନାଥ ମନ୍ଦିର, ଶିମିଳେଶ୍ଵର ମନ୍ଦିର, ଦେବକୁଣ୍ଡ ମା’ ଅମ୍ବିକା ଦେବୀଙ୍କ ମନ୍ଦିର ପରି ସମସ୍ତ ମନ୍ଦିର ଆସନ୍ତା ୫ ତାରିଖରୁ ଖୋଲାଯିବା। କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନି ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ସେବାୟତ,ଭକ୍ତମାନେ ସାନିଟାଇଜ ବ୍ୟବହାର କରିବେ ଓ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଧାଡି ବାନ୍ଧି ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ମନ୍ଦିର ଭିତରକୁ ଭୋଗ,ଦୀପ ଆଦିକୁ ବାରଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ନେଗେଟିଭ ରିପୋର୍ଟ ଦାଖଲ କଲା ପରେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।