(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଢେଙ୍କାନାଳ ଜିଲ୍ଲା କଙ୍କଡାପଦା ଥାନା ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଏମ.ଅଭୟ । କଙ୍କଡାହାଡ ଥାନା ଅଧିକାରୀ ପ୍ରମୋଦ ଲେଙ୍କାଙ୍କ ନାମରେ କାର୍ଯ୍ୟରେ ଅବହେଳା ନେଇ ଢେଙ୍କାନାଳ ଏସପିଙ୍କ ପାଖକୁ ଅଭିଯୋଗ ଆସିବା ପରେ ଏହାର ତଦନ୍ତ କରି ଏସପି ଅନୁପମା ଜେଏମସ ପୋଲିସ ମହାନିର୍ଦ୍ଦେଶକ ନିକଟରେ ରିପୋର୍ଟ ତଦାଖଲ କଲା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏସପିଙ୍କ କହିବାଅନୁଯାୟୀ ଜଣେ ମହିଳା କଙ୍କଡାହାଡ ଥାନାକୁ ଅଭିଯୋଗ କରିବାକୁ ଆସିଥିବାବେଳେ ତାଙ୍କ ଅଭିଯୋଗ ଗ୍ରହଣ କରିନଥିଲେ ଥାନା ଅଧିକାରୀ । ପରବର୍ତ୍ତୀ ମୁହୂର୍ତ୍ତରେ ମହିଳାଙ୍କ ପୁଅ ଥାନାକୁ ଯାଇ ଅଭିଯୋଗ ବିଷୟରେ ପଚାରିବାବେଳେ ତାଙ୍କୁ ହାଜତରେ ରଖି ନିର୍ଯ୍ୟତନା ଦେଇଥିଲେ ଥାନା ଅଧିକାରୀ । ଏନେଇ ସଂପୃକ୍ତ ଯୁବକ ଜଣକ ଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲେ ।