ପାଣି ପାଇଁ ହନ୍ତ ସନ୍ତ ଗ୍ରାମବାସୀ
(ରୟଗଡ଼,ସନ୍ତୋଷ କୁମାର ଲମତା): ସୌର ଚାଳିତ ପାନିୟ ଜଳ ପ୍ରକଳ୍ପ ଥାଇ ମଧ୍ୟ ଲୋକେ ହନ୍ତସନ୍ତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ପଞ୍ଚାୟତର ଡମଲିମା ଗାଁରେ । ସୂଚନା ଅନୁଯାୟୀ ଡମଲିମା ଗାଁରେ ସରକାର ଦ୍ୱି ବର୍ଷ ତଳେ ଏକ ସୌର ଚାଳିତ ପାନିୟ ଜଳ ପ୍ରକଳ୍ପର ବ୍ୟବସ୍ଥା କରିଥିଲେ । ମାତ୍ର ସେଥିରୁ ଗୋଟିଏ ହାଣ୍ଡି ପାଣି ଭର୍ତ୍ତି କରିବାକୁ ଲାଗୁଛି ୧ଘଣ୍ଟାରୁ ଅଧିକ ସମୟ ଏବଂ ଗାଁର ଶେଷ ମୁଣ୍ଡରେ ରହିଛି ଏକ ନଳକୂପ ମାତ୍ର ସେଥିରୁ ବାହାରୁ ଥିବା ପାଣି ଏପରି ଯେ ତାହା ପିଇ ଉପଯୋଗୀ ନୁହେଁ । ନଳକୂପରୁ ଗୋଳିଆ ପାଣି ସମେତ ଲୁହା ଖଣ୍ଡ ବାହାରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏନେଇ ବାଧ୍ୟ ହୋଇ ଗ୍ରାମବାସୀ ଚାନ୍ଦା ଆଦାୟ କରି ପାଣି ଟାଙ୍କି ଭଡ଼ାରେ ଆଣି ବ୍ୟବହାର କରୁଥିବା କହିଛନ୍ତି ସ୍ଥାନୀୟ ମହିଳା । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଳକ ଅଧିକାରୀ ତଥା ରାଜନେତାଙ୍କୁ ଜଣାଇଲେ ମଧ୍ୟ କିଛି ଫାଇଦା ହେଉନାହିଁ । ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମାନଙ୍କ ଦେଖା ମିଳେ, ସେତେବେଳେ କହିଲେ ପ୍ରତିସୃତି ଦିଅନ୍ତି । ମାତ୍ର ନିର୍ବାଚନ ଜିତିଲା ପରେ ଆଉ ତାଙ୍କର ଦର୍ଶନ ମିଳେ ନାହିଁ । ଏନେଇ ଗ୍ରାମବାସୀ କହିଛନ୍ତି ଯଦି ଯଥା ସମ୍ଭବଏହି ସମସ୍ୟା ସମାଧାନ ନ ହୁଏ ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ।