ଗଞ୍ଜାମ : ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ । ଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ। ଭିଜିଲାନ୍ସ କବ୍ଜାରେ ପଡିଛନ୍ତି ବେଗୁନିଆପଡା ବ୍ଲକ ର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ କୁମାର ମଲ୍ଲିକ। ସେ ନିଜ କାର୍ଯ୍ୟାଳୟ ରେ ବୁରୁଝରୀ ପଞ୍ଚାୟତ ପି. ନୂଆଗାଁ ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ଆଦର୍ଶ ଗାଇଗୁହାଳ ବାବଦକୁ ସାତ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଜଣାଯାଇଛି । ବ୍ରହ୍ମପୁରରୁ ଆସିଥିବା ଏହି ଭିଜିଲାସନ୍ସ ଟିମ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଚଢ଼ାଉକରି ଅଧିକ ପଚାର ଉଚରା ଜାରିରଖିଥିବା ସୂଚନା ମିଳିଛି ।