ଏୟାର କାର୍ ପରେ ସାମ୍ନାକୁ ଆସିଲା ଉଡନ୍ତା ବାଇକ୍, ୧୫ ହଜାର ଫୁଟ ଉଚ୍ଚତାରେ ଉଡିବା ଭଳି ସକ୍ଷମ

କିଛି ଦିନ ତଳେ ଉଡୁଥିବା କାରର ସଫଳ ଟେଷ୍ଟିଂ ପରେ ଉଡନ୍ତା ବାଇକ ମଧ୍ୟ ଚର୍ଚ୍ଚାର ପରିସରରେ ରହିଛି। ଏହି ଉଡନ୍ତା ମୋଟର ସାଇକେଲର ନାଁ ହେଉଛି ପି ଓ୍ବାନ ସ ଏହାକୁ ସ୍ପିଡର ନାମକ ମଧ୍ୟ ପ୍ରଚାରିତ କରାଯାଉଛି।

(ଦିଲ୍ଲୀ) : କିଛି ଦିନ ତଳେ ଉଡୁଥିବା କାରର ସଫଳ ଟେଷ୍ଟିଂ ପରେ ଉଡନ୍ତା ବାଇକ ମଧ୍ୟ ଚର୍ଚ୍ଚାର ପରିସରରେ ରହିଛି। ଏହି ଉଡନ୍ତା ମୋଟର ସାଇକେଲର ନାଁ ହେଉଛି ପି ଓ୍ବାନ ସ ଏହାକୁ ସ୍ପିଡର ନାମକ ମଧ୍ୟ ପ୍ରଚାରିତ କରାଯାଉଛି। ଏହି ଏୟାର ବାଇକ୍ ସାହାରାରେ ଭର୍ଟିକାଲ ଟେକ୍ ଅଫ୍ ଓ ଲ୍ୟାଣ୍ଡି କରିହେବ। କମ୍ପାନୀର କହିବା ଅନୁସାରେ, ଏହି ମୋଟର ସାଇକେଲ ଆକାଶରେ ୧୫ ହଜାର ଫୁଟ ଉଚ୍ଚତାକୁ ଯାଇପାରେ, ସେଭଳି ଏୟାର କାର ୮୨୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ।

ସୂଚନାନୁଯାୟୀ ,ଏହି ବାଇକ୍‌ ବର୍ତ୍ତମାନ ଜେଟ୍ ଇନ୍ଧନ, ଡିଜେଲ ଓ କିରୋସିନରେ ଚାଲିପାରିବ, କିନ୍ତୁ କମ୍ପାନୀର କହିବା ଅନୁସାରେ, ଏହି ଏୟାର ବାଇକକୁ ନେଇ କିଛି ଏଭଳି ଟେକନିକ୍ ଉପରେ କାମ ହେଉଛି, ଯାହା ପରିବେଶକୁ କମ୍ କ୍ଷତି ପହଁଞ୍ଚାଇଥାଏ। ଜେଟ୍‌ପ୍ୟାକ୍ ଆଭିଏସନ୍‌କୁ ଟିମ୍‌ ଡ୍ରେପରର ମଧ୍ୟ ଖୁବ୍ ସମର୍ଥନ ମିଳିଛି। ଟିମ୍‌ ଏହା ପୂର୍ବରୁ ଏଲନ୍ ମସ୍କଙ୍କ କମ୍ପାନୀ ଟେସଲା ଓ ସ୍ପେସ୍‌ ଏକ୍ସରେ ଇଭେଣ୍ଟ କରିସାରିଛନ୍ତି। କମ୍ପାନୀ ଏବେଠାରୁ P2 ନାମରେ ନୂଆ ମଡେଲ ଉପରେ କାମ କରୁଛି। ଏହି ବାଇକ୍ ଜେଟ୍ କାର୍ବାଇନରେ ଚାଲିବ ଓ ଏଥିରେ ଦୁଇଜଣ ଲୋକ ବସିପାରିବେ। କମ୍ପାନୀ ଏହି ପ୍ରୋଟୋଟାଇପ୍‌ ସଫଳ ଟେଷ୍ଟିଂ କାର୍ଲିଫର୍ଣ୍ଣିଆରେ କରାଯାଇଛି। ଜେଟ୍‌ପ୍ୟାକ୍ ଆଭିଏସନ୍‌ର ସିଇଓ ଡେଭିଡ୍‌ ମେନନଙ୍କ କହିବା ଅନୁସାରେ, ଏହି ବାଇକ୍‌ର ମୂଲ୍ୟ ୩ ଲକ୍ଷ ୮୦ ହଜାର ଡଲାର ଅର୍ଥାତ ପ୍ରାୟ ୨ କୋଟି ୮୩ ଲକ୍ଷ ଟଙ୍କା ଆଖପାଖରେ ହୋଇପାରେ।