ତାଳଚେର ବୈଜୟନ୍ତ ହଟହଟା

(ମନିଲ କୁମାର ମହାରଣା): ପୂର୍ବତନ ସା˚ସଦ ବୈଜୟନ୍ତ ପଣ୍ତା ଗତକାଲି ତାଳଚେର ଗସ୍ତରେ ଆସି ବେଶ୍ ହଟହଟା ହୋଇଛନ୍ତି। ସହରରେ ଆୟୋଜିତ ଏକ କ୍ରୀଡ଼ା ଓ ସା˚ସ୍କୃତିକ ଉତ୍ସବରେ ଯୋଗଦେବା ଲାଗି ସେ ବାଇକ୍ ଶୋଭାଯାତ୍ରାରେ ଯାଉଥିବାବେଳେ ସହରର ମୁଖ୍ୟ ପ୍ରବେଶପଥ ଅନନ୍ତରାମ ଗେଟ୍ ନିକଟରେ କେତେକ ଯୁବକ ତାଙ୍କୁ ଅଟକାଇ ବେଶ୍ ପ୍ରଶ୍ନ କରିଥିଲେ ।

ତାଳଚେରର ଅନ୍ୟତମ ପୁରାତନ ସାଂସ୍କୃତିକ ଅନୁଷ୍ଠାନ କିଶୋର କ୍ଲବର ବାର୍ଷିକ ଶାରଦୀୟ କ୍ରୀଡ଼ା ଓ ସା˚ସ୍କୃତିକ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେବା ଲାଗି ସେ ଏଠାକୁ ଆସିଥିଲେ। ଆୟୋଜକମାନେ ଏକ ବାଇକ୍ ଶୋଭାଯାତ୍ରାରେ ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେ। ଶ୍ରୀ ପଣ୍ଡା ଏକ ଖୋଲା ଜିପରେ ଯାଉଥିବାବେଳେ ରାମଚନ୍ଦ୍ର ବଜାର ଛକଠାରେ କିଛି ଯୁବକ ହଠାତ ବାଟ ଓଗାଳି ଫୁଲତୋଡ଼ା ଦେଇଥିଲେ। ହାତ ବି ମିଳାଇଥିଲେ। ଶ୍ରୀ ପଣ୍ଡା ବେଶ୍ ଖୁସିରେ ଫୁଲତୋଡ଼ା ନେଇ ହାତ ମିଳାଉଥିଲା ବେଳେ ଯୁବକମାନେ କହିଥିଲେ, ଆମେ ସବୁ ଆପଣଙ୍କର ସମର୍ଥକ। ଆପଣ ଏଥର ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣାଯାଉଛି। ତେବେ ଆପଣଙ୍କ କ˚ପାନୀ ନାମରେ ବିଦ୍ୟୁତ ବିଲ୍ ବାବଦରେ ଥିବା ୮ଶହ କୋଟିର ବକେୟା ଟଙ୍କା କାହିଁକି ରଖିଛନ୍ତି, ତୁରନ୍ତ ପୈଠ କାହିଁକି କରିଦେଉ ନାହାନ୍ତି ବୋଲି ଯୁବକମାନେ କହିବା ପରେ ଶ୍ରୀ ପଣ୍ତା କିଂକର୍ତ୍ତବ୍ୟବିମୁଢ଼ ହୋଇ ଯୁବକଙ୍କ ହାତମୁଠାରୁ ତାଙ୍କ ହାତ ଛଡ଼ାଇ ନେଇଥିଲେ। ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଥିଲେ ରାଜ୍ୟ ସରକାର ବିଜୁ ଗୁଣ୍ଡାବାହିନୀ କରି ବିଜୁ ବାବୁଙ୍କ ନାମକୁ ଅପମାନ କରୁଛନ୍ତି ଏବଂ ସରକାରୀ ଟଙ୍କା ଅପବ୍ୟବହାର କରୁଛନ୍ତି ଅଭିଯୋଗ କରିଥିଲେ । ଆଗାମୀ ଦିନରେ ତାଳଚେରବାସୀ ଏହାର ଦୃଢ ଜବାବ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ ।

ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜୁଯୁବବାହିନୀର ସଭାପତି ଶ୍ରୀ ମନୋଜ କୁମାର ସାହୁ । ଏହା ସମ୍ପର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା । ଶ୍ରୀଯୁକ୍ତ ପଣ୍ଡା ବିଜୁ ଯୁବ ବାହିନୀ ନାମରେ ଅପ୍ରଚାର କରୁଛନ୍ତି ବୋଲି କହିଛନ୍ତି ସେ ।