(ରିପୋଟର୍ସ ଟୁଡେ) : ଜମ୍ମୁୁକାଶ୍ମୀର ର ଅନନ୍ତନାଗ ଜିଲ୍ଲାରେ ପୋଲିସ ପିକେଟ ଉପରେ କରାଯାଇଥିବା ଆତଙ୍କି ହାମଲାରେ ଜଣେ ଆତଙ୍କବାଦୀ ନିହତ ହେଇଥିବାବେଳେ, ଜଣେ ପୋଲିସ କର୍ମୀ ଆହାତ ହୋଇଛନ୍ତି । ଆଜି ପୋଲିସ ଏହାର ସୂଚନା ଦେଇଛନ୍ତି । ଜଣେ ପୋଲିସ ଅଧିକାରିଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ ଶୁକ୍ରବାର ରାତିରେ ପୋଲିସ ପିକେଟ ଉୁପରେ ଆକ୍ରମଣ କରିଥିଲେ । ପୋଲିସର ପାଲଟା ଜବାବରେ ଜଣେ ଆତଙ୍କବାଦୀ ନିହତ ହୋଇଛି ଏବଂ ବନ୍ଧୁୁକ ବରାମତ କରାଯାଇଛି । ତେବେ ମୃତ ଆତଙ୍କବାଦୀର ଉଦ୍ଦେଶ୍ୟ ଏବଂ ତାର ସଂଗଠନ ବିଷୟରେ କୌଣସି ସୂଚନା ମିଳିପାରିନାହିଁ । ପ୍ରଶାସନର ସୂଚନା ଅନୁୁସାରେ ମୃତ ଆତଙ୍କବାଦୀ ୟାରୀପୋରା ଗାଁର ବିଲାଲ ଅହମ୍ମଦ ବୋଲି କୁହାଯାଉଛି । ଅହମ୍ମଦ ତିନିମାସ ପୂର୍ବରୁ ଲସ୍କର-ଇ- ତୈୟାବରେ ସାମିଲ ହୋଇଥିଲେ । ଏହି ଘଟଣାରେ ଅନେକ ଆତଙ୍କବାଦୀ ସାମିଲଥିଲେ ।