ବାହା ହୋଇଗଲେ ମହାକୁମ୍ଭର ଭାଇରାଲ IIT ବାବା

ମହାକୁମ୍ଭରେ IIT ବାବା ଭାବରେ ପ୍ରସିଦ୍ଧ ହୋଇଥିବା ଅଭୟ ସିଂହ କର୍ଣ୍ଣାଟକର ଜଣେ ଇଞ୍ଜିନିୟରଙ୍କୁ ବିବାହ କରିଛନ୍ତି। ହରିୟାଣାର ବାସିନ୍ଦା, ମହାକୁମ୍ଭ ସମୟରେ ଅଭୟ ସିଂହ IIT ବାବା ଭାବରେ ପରିଚିତ । ଏବେ ସେ ବିବାହିତ ଏବଂ ଜୀବନରେ ଏକ ନୂତନ ଇନିଂସ ଆରମ୍ଭ କରିଛନ୍ତି। ସୋମବାର ଦିନ ଅଭୟ ସିଂହ ତାଙ୍କ ପତ୍ନୀଙ୍କ ସହ ହରିୟାଣାର ଝାଜରରେ  ପହଞ୍ଚିଥିଲେ । ଅଭୟ ସିଂହ କହିଛନ୍ତି ଯେ ଯେ ସେ ତାଙ୍କ ପିତାମାତା ଏବଂ ପରିବାର ସଦସ୍ୟଙ୍କୁ ଭେଟିବ ଟିବା ପାଇଁ ଝାଜର ବୋଲି ।

ଏହି ଦମ୍ପତି ଗତ ଫେବୃଆରୀ ୧୫ ରେ ମହାଶିବରାତ୍ରିର ପବିତ୍ର ଅବସରରେ ହିମାଚଳ ପ୍ରଦେଶର ଆଘନଝର ମହାଦେବ ମନ୍ଦିରରେ ବିବାହ କରିଥିଲେ। ଏହା ପରେ ଫେବୃଆରୀ ୧୯ରେ ଏକ କୋର୍ଟ ମ୍ୟାରେଜ୍‌ କରିଥିଲେ। ଏବେ ସେ ବିବାହ କରିଥିବା ନେଇ ସୂଚନା ଦେଇଛନ୍ତି।  ସେ ଏବଂ ତାଙ୍କ ପତ୍ନୀ ସେମାନଙ୍କର ନୂତନ ଜୀବନରେ ଅତ୍ୟନ୍ତ ଖୁସି ଏବଂ ବର୍ତ୍ତମାନ ସରଳ ଜୀବନ ବିତାଉଛନ୍ତି। ତାଙ୍କ ସ୍ତ୍ରୀ ପ୍ରତୀକା ମୂଳତଃ କର୍ନାଟକର ଏବଂ ପେଶାରେ ଜଣେ ଇଞ୍ଜିନିୟର ମଧ୍ୟ। ବିବାହ ପରେ ଏହି ଦମ୍ପତି ବର୍ତ୍ତମାନ ହିମାଚଳ ପ୍ରଦେଶର ଧର୍ମଶାଳାରେ ରହୁଛନ୍ତି। ସୋମବାର ଉଭୟ ପରିବାର ଏବଂ ମାତାପିତାଙ୍କୁ ଭେଟିବା ପାଇଁ ଝାଜ୍ଜର ଗସ୍ତ କରିଥିଲେ। ଗେରୁଆ ବସ୍ତ୍ର ପିନ୍ଧି ଅଭୟ ତାଙ୍କ ପିତାଙ୍କ ଚାମ୍ବରକୁ ଯାଇଥିଲେ। ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇବା ପୂର୍ବରୁ, ସେ ପ୍ରାୟତଃ ତାଙ୍କ ପିତାଙ୍କ ଚାମ୍ବରରେ ବସି ପାଠ ପଢୁଥିଲେ। ଜୀବନର ପ୍ରକୃତ ଅର୍ଥ ପାଇଁ ତାଙ୍କର ସନ୍ଧାନ ତାଙ୍କୁ ଶେଷରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଜଗତରୁ ଆଧ୍ୟାତ୍ମିକତା ପଥ ଆଡକୁ ନେଇଥିଲା।

ପ୍ରତୀକା କହିଛନ୍ତି ଯେ ଅଭୟ ବହୁତ ସରଳ ସ୍ୱଭାବର । ସେ ଜଣେ ଅତ୍ୟନ୍ତ ସନ୍ତୋଟ ଏବଂ ସତ୍ୟବାଦୀ ବ୍ୟକ୍ତି । ମୁଁ କର୍ଣ୍ଣାଟକରୁ ଆସିଛି ଏବଂ ତାଙ୍କୁ ଏକ ବର୍ଷ ପୂର୍ବରୁ ଭେଟିଥିଲି । ମୁଁ ଇଞ୍ଜିନିୟରିଂ କରିଛି। ଏବେ ଆମେ ସନାତନର ପ୍ରଚାର ପାଇଁ କାମ କରିବୁ । ଆମେ ଏକ ସନାତନ ବିଶ୍ବବିଦ୍ୟାଳୟ ନିର୍ମାଣ କରିବୁ । ଆଧ୍ୟାତ୍ମିକତା ସହିତ ଜଡିତ ଗୁରୁ ଏବଂ ସାଧକମାନଙ୍କୁ ଗୋଟିଏ ସ୍ଥାନରେ ଏକାଠି କରିବାର ପ୍ରୟାସ କରାଯିବ । ଆଜି ଆମେ ମୋ ଶ୍ୱଶୁର ଘର ଏବଂ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ଝଜର ଆସିଛୁ ।

ଅଭୟ ମୂଳତଃ ଝାଜ୍ଜରର ସାସରୋଲି ଗ୍ରାମର ବାସିନ୍ଦା। ତାଙ୍କ ପିତା କରଣ ସିଂହ ପେଶାରେ ଜଣେ ଓକିଲ ଏବଂ ଝାଜ୍ଜର ବାର ଆସୋସିଏସନର ପୂର୍ବତନ ସଭାପତି। ଅଭୟ ଆଇଆଇଟି ବମ୍ବେରେ ଏରୋସ୍ପେସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ଏବଂ ପରେ କାନାଡାର ଏକ ଏରୋସ୍ପେସ କମ୍ପାନୀରେ କାମ କରିଥିଲେ। ରିପୋର୍ଟ ଅନୁଯାୟୀ ସେ ସେଠାରେ ପ୍ରାୟ ୩ ଲକ୍ଷ ଟଙ୍କା ମାସିକ ଦରମାରେ ଚାକିରି କରୁଥିଲେ। କିନ୍ତୁ ସେ ଶେଷରେ ଆଧ୍ୟାତ୍ମିକ ପଥ ଗ୍ରହଣ କରିବା ପାଇଁ ସବୁକିଛି ତ୍ୟାଗ କରିଥିଲେ।