ନୌସେନାରେ ସାମିଲ ହେଲା INS ବିକ୍ରାନ୍ତ

ଭାରତୀୟ ନୌସେନାକୁ ମିଳିବ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍‌ଟ କ୍ୟାରିଅର ଜାହାଜ INS ବିକ୍ରାନ୍ତ

ଦିଲ୍ଲୀ : ଥରିବ ଶତ୍ରୁ, ବଢିବ ବଳ । ସମୁଦ୍ରରେ ରାଜ୍‌ କରିବ INS ବିକ୍ରାନ୍ତ । ଭାରତୀୟ ନୌସେନାକୁ ମିଳିବ ଦେଶର ପ୍ରଥମ ସ୍ୱଦେଶୀ ଏୟାରକ୍ରାଫ୍‌ଟ କ୍ୟାରିଅର ଜାହାଜ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତକୁୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କଲେ ପ୍ରଧାନମନ୍ତ୍ରୀ । ଭାରତର ନୌସେନା ଇତିହାସରେ ଏହା ସବୁଠୁ ବଡ଼ । ବିକ୍ରାନ୍ତ ସାମିଲ ହେବା ପରେ ନୌସେନାର ଶକ୍ତି ବେଶ୍ ବଢ଼ିଯିବ । ଏହାସହ ଭାରତ ପାଖରେ ଏକସଙ୍ଗେ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ରହିବ । ପୂର୍ବରୁ ନୌସେନା ନିକଟରେ ଆଇଏନଏସ୍ ବିକ୍ରମାଦିତ୍ୟ ରହିଛି । ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ଭାରତୀୟ ନୌସେନାରେ ଏହାର ଜଳାବତରଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଚି ସିପ୍‌ୟାର୍ଡରୁ ଆଜି ଏହାକୁ କମିସନ କରିବେ । ଏହାସହ ଭାରତୀୟ ସମୁଦ୍ର ସୀମାରେ ସୁରକ୍ଷାରେ ନିୟୋଜିତ ହେବ ଆଇଏନଏସ ବିକ୍ରାନ୍ତ ।

ସମୁଦ୍ରରେ ଅନେକ ସମୟରେ ଚୀନ୍‌ ତାର ଦବ୍‌ଦବା ଦେଖାଉଥିବା ବେଳେ ମୁହଁତୋଡ ଜବାବ ଦେବାକୁ ତୟାର ବିକ୍ରାନ୍ତ । ଭାରତ ମହାସାଗର ଏବଂ ଭାରତ-ପ୍ରଶାନ୍ତ ମହାସଗରୀୟ କ୍ଷେତ୍ରରେ ସୁରକ୍ଷା କବଚ ସାଜିବ ଏହି ଏୟାରକ୍ରାଫ୍ଟ କ୍ୟାରିଅର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ । ଆଇଏନଏସ ଏକ ନୂଆ ସୂର୍ଯ୍ୟୋଦୟର ସାକ୍ଷୀ ହେବାକୁ ଯାଉଛି । ବିକ୍ରାନ୍ତ ଭାରତର ଅଦ୍ୱିତୀୟ ପ୍ରତିବିମ୍ବ ଅଟେ । ଏହା ଦେଶକୁ ନୂଆ ବିଶ୍ୱାସ ଓ ଭରସା ଦେଇଛି । ବିକ୍ରାନ୍ତ ଯୁଦ୍ଧ ଜାହାଜ ନୁହେଁ, ପରିଶ୍ରମୀ ଓ ପ୍ରତିବଦ୍ଧତାର ପ୍ରମାଣ । ଆତ୍ମ ନିର୍ଭର ଭାରତର ବଡ ଉଦାହରଣ ହେଉଛି ଆଇଏନଏସ ବିକ୍ରାନ୍ତ ।

୨୦ ହଜାର କୋଟି ଟଙ୍କାରେ ନିର୍ମିତ ସର୍ବବୃହତ ୱାର୍‌ସିପ୍‌ ଏବେ ଭାରତ ପାଇଁ ସାମରିକ କ୍ଷେତ୍ରରେ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଛି । ୪୫ ହଜାର ଟନ୍‌ର ୱାର୍‌ସିପ୍‌ରେ ୩୦ଟି ଏୟାରକ୍ରାଫ୍ଟ ରହି ପାରିବ । ମିଗ୍‌-୨୯, ଆଡଭାନ୍‌ସଡ ଲାଇଟ୍‌ ହେଲିକପ୍ଟର, ଲାଇଟ୍‌ କମ୍ବାକ୍ଟ ଏୟାରକ୍ରାଫ୍ଟ ଆଦି ରହିପାରିବ ।

‘ବିକ୍ରାନ୍ତ’ର କ୍ଷମତା
–ଆତ୍ମନିର୍ଭର ଭାରତର ବଡ଼ ଉଦାହରଣ ଆଇଏନ୍ଏସ୍ ‘ବିକ୍ରାନ୍ତ’
–ବିକ୍ରାନ୍ତ ନିର୍ମାଣରେ ଖର୍ଚ୍ଚ ହୋଇଛି ୨୦ ହଜାର କୋଟି ଟଙ୍କା
–ଲମ୍ବ ୨୬୨ ମିଟର, ଚଉଡା ୬୨ ମିଟର ଓ ଉଚ୍ଚତା ୫୯ ମିଟର
–ବିକ୍ରାନ୍ତର ଓଜନ ୪୫ ହଜାର ଟନ୍, ଘଣ୍ଟା ପ୍ରତି ବେଗ ୫୨ କିମି
–ବିକ୍ରାନ୍ତରେ ଅଛି ୨୩୦୦ କମ୍ପାର୍ଟମେଣ୍ଟ, ରହିବେ ୧୭୦୦ କର୍ମଚାରୀ
–ବିକ୍ରାନ୍ତରେ ଏକାସାଙ୍ଗେ ରହି ପାରିବ ୩୦ଟି ଯୁଦ୍ଧ ବିମାନ
– ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ବିକ୍ରାନ୍ତ ନିର୍ମିତ ହୋଇଛି
– ବିକ୍ରାନ୍ତକୁ ୱାରସିପ୍ ଡିଜାଇନ୍ ବ୍ୟୁରୋ ଡିଜାଇନ୍ କରିଛି
– କୋଚିନ୍ ଶିପୟାର୍ଡ଼ ଲିମିଟେଡ୍ ଏହାକୁ ନିର୍ମାଣ କରିଛି
– ଏଥିରେ ପ୍ରାୟ ୪୩ ହଜାର ଟନ୍ ପୂର୍ଣ୍ଣ ବିସ୍ଥାପନ କ୍ଷମତା ରହିଛି
– ଆଇଏନଏସ୍ ବିକ୍ରାନ୍ତ ନିର୍ମାଣରେ ୧୦୦ ଏମଏସଏମଇ ଓ ୫୫୦ ଭାରତୀୟ କମ୍ପାନୀଙ୍କ ଅବଦାନ ରହିଛି
– ଆଇଏନଏସ୍ ବିକ୍ରାନ୍ତରେ ୭୬% ସ୍ୱଦେଶୀ ସାମଗ୍ରୀ ସାମିଲ ରହିଛି
– ବିକ୍ରାନ୍ତର ଦୀର୍ଘ ଦୂରଗାମୀ ସାମରିକ ଶକ୍ତି ଭରତ ମହାସାଗର କ୍ଷେତ୍ରରେ ସୁରକ୍ଷାକୁ ବଢ଼ାଇବ
– ନିଜସ୍ୱ ଏୟାରକ୍ରାଫ୍ଟ କ୍ୟାରିୟର ଡିଜାଇନ୍ ଓ ନିର୍ମାଣ କରିବାରେ ଭାରତ କିଛି ନିର୍ଦ୍ଦିଷ୍ଟ ଦେଶଙ୍କ ତାଲିକାରେ ସାମିଲ ହୋଇଛି
– ଏହା ପୂର୍ବରୁ ଆମେରିକା, ୟୁକେ, ରୁଷ୍, ଚୀନ୍ ଓ ଫ୍ରାନ୍ସ ଏହି ସଫଳତା ପାଇଛନ୍ତି
– ବିକ୍ରାନ୍ତ ସାମିଲ ହେବା ପରେ ଭାରତ ପାଖରେ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ରହିବ
– ଆଇଏନଏସ ବିକ୍ରାନ୍ତ ଓ ଆଇଏନସ ବିକ୍ରମାଦିତ୍ୟ
– ଫଳରେ ଭାରତ ଏକସଙ୍ଗେ ଦେଶର ଉଭୟ ପୂର୍ବ ଓ ପଶ୍ଚିମ ଉପକୂଳରେ ଏୟାରକ୍ରାଫ୍ଟ କ୍ୟାରିୟର ମୁତୟନ ହୋଇପାରିବ