ଏକ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଇନ୍ଫୋସିଟି ଥାନାର ଏକ ସ୍ପେଶାଲ ଟିମ ଆଜି ଇନ୍ଫୋସିଟି ଥାନା ଅନ୍ତର୍ଗତ ପଟିଆ ଖେଳ ପଡିଆ ନିକଟରେ ଅତର୍କିତ ଚଢଉ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ବେଳେ ପୁଲିସ ଅଭିଯୁକ୍ତ ଙ୍କ ହେପାଜତରୁ ମୋଟ ୧୦ଗ୍ରାମ ଓଜନର ବ୍ରାଉନସୁଗାର, ଗୋଇଏ ସ୍କୁଟି, ଓ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲେ। ପଚରା ଉଚରା ସମୟରେ ଅଭିଯୁକ୍ତ ଦୁହେଁ ସେମାନଙ୍କର ଅପରାଧ ସ୍ଵୀକାର କରିବା ସହ ଉକ୍ତ ବ୍ରାଉନ ସୁଗାର କୁ ବାଲେଶ୍ବର ଅଞ୍ଚଳରୁ ସଂଗ୍ରହ କରି ସ୍ଥାନୀୟ ଅଞ୍ଚଳରେ ବିକ୍ରୟ କରୁଥିବାର ଦର୍ଶାଇଥିଲେ ।