ଇଣ୍ଡିଆ ୱାନ ଏୟାର ଦେବ ଦୁଇଟି ମାର୍ଗରେ ବିମାନ ସେବା

ଭୁବନେଶ୍ୱର : ଖୁବ ଶୀଘ୍ର ଇଣ୍ଡିଆ ୱାନ ଏୟାର ଦୁଇଟି ମାର୍ଗକୁ ଯୋଗ କରିବାକୁ ଯାଉଛି। ତାହା ହେଉଛି ଭୁବନେଶ୍ବରରୁ ଜାମସେଦପୁର ଓ ଅନ୍ୟଟି ଜାମସେଦପୁର ରୁ କଲିକତା କୁ ଉଡ଼ିବ ବିମାନ। ଏହାକୁ ଉଡ଼ାଇବ ଇଣ୍ଡିଆ ୱାନ ଏୟାର ବିମାନ ସେବା। ଏହି ଯୋଜନା ଆସନ୍ତା ଜାନୁଆରୀ ୩୧ ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହା ହେଉଛି ଏକ ନୂତନ ଏବଂ ଅନନ୍ୟ ମାର୍ଗ ଯାହା ଇଣ୍ଡିଆ ୱାନ ଦ୍ୱାରା ପରିଚାଳିତ ହେବାକୁ ଯାଉଛି। ଭୁବନେଶ୍ୱର – ଜାମସେଦପୁର – କୋଲକାତା ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଛି। କେବଳ କିଛି ସୀମିତ ଅବଧି ପାଇଁ। ସମସ୍ତ ଅନ୍ତର୍ଭୂକ୍ତ ଭଡା, ୧୪ ଫେବୃଆରୀ ୨୦୨୩ପର୍ଯ୍ୟନ୍ତ ବୈଧ ଅଫର୍ ରହିଛି।ସୂଚନା ଅନୁଯାୟୀ, ଇଣ୍ଡିଆ ୱାନ ଏୟାର ବିମାନ ଯେଉଁ ଦର ଧର୍ଯ୍ୟ କରିଛି ତାହା ହେଲା, ଭୁବନେଶ୍ବରରୁ ଜାମସେଦପୁର କୁ ୨୯୯୯ । ଜାମସେଦପୁର ରୁ କଲିକତା ୧୯୯୯ । ପୁନର୍ବାର କଲିକତାରୁ ଜାମସେଦପୁର ୧୯୯୯ । ଏବଂ ଜାମସେଦପୁର ରୁ ଭୁବନେଶ୍ଵର ୨୯୯୯ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଆଫର୍ କେବଳ ଫେବିଆରି ୧୪ ତାରିଖ ପର୍ଯ୍ୟନ୍ତ ଦର ଧର୍ଯ୍ୟ କରାଯାଇଛି।
ଏହି ବିମାନ ଟି ଜାନୁଆରୀ ୩୧ ତାରିଖରେ ଭୁବନେଶ୍ବରରୁ ସକାଳ ୯ ଟା ରେ ବାହାରି ଜାମସେଦପୁର ରେ ସକାଳ 10 ଟା 50 ରେ ପହଞ୍ଚିବ। ଜାମସେଦପୁର ରୁ ୧୧ଟା ୩୦ ରେ ଛାଡ଼ିବ କଲିକତା ରେ ୧୨ ଟା ୩୫ ମିନିଟ ରେ ପହଞ୍ଚିବ। ସେହିପରି ଭାବରେ କଲିକତାରୁ ୧ ଟା ୨୫ ରେ ବାହାରି ଜାମସେଦପୁର ରେ ୨ ଟା ୩୦ ରେ ପହଞ୍ଚିବ। ଓ ଜାମସେଦପୁର ରୁ ଅପରାହ୍ନ ୩ ଟା ୧୦ ରେ ବାହାରି ଭୁବନେଶ୍ବରରେ ଅପରାହ୍ନ ୫ ଟା ରେ ପହଞ୍ଚିବ। ଭୁବନେଶ୍ୱର ରୁ ଜାମସେଦପୁର କୁ ୧ ଘଣ୍ଟା ୫୦ ମିନିଟ ଲାଗୁଥିବା ବେଳେ ଜାମସେଦପୁର ରୁ କଲିକତା ୧ ଘଣ୍ଟା ୫ ମିନିଟ ଲାଗିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ପ୍ରଥମ ଦିନକୁ ଛାଡିଦେଲା ପରେ ବାକି ସବୁଦିନ ସକାଳ ୬ ଟା ୩୦ ରୁ ଜାମସେଦପୁର କୁ ବିମାନ ଉଡାଣ କରିବ ବୋଲି ସୂଚନା ମିଳିଛି।