ଭାରତ-ନ୍ୟୁଜଲ୍ୟାଣ୍ଡ ମଧ୍ୟରେ କଡ଼ା ଟକ୍କର

(ଅନୁସ୍ୱୟା)ଭୁବନେଶ୍ୱର: ଆଜି ବିଶ୍ୱକପର ୧୮ତମ ମ୍ୟାଚ । ଦୁଇ ଦଳ ମଧ୍ୟରେ ହେବ ମହା ମୁକାବିଲା। ପଏଣ୍ଟ ତାଲିକାରେ ଏକ ନମ୍ବର ଦଳ ବନାମ ତିନି ନମ୍ବର ମଧ୍ୟରେ ଫାଇଟ୍।ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ-ଭାରତ । ନଟିଂହ୍ୟାମରେ ହେବାକୁ ଥିବା ଏହି ମ୍ୟାଚରେ କିଏ ବାଜି ମାରିବ ସେ ନେଇ ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି।
ମ୍ୟାଚର ସବୁଠୁ ବଡ଼ ସସପେନ୍ସ ଭାରତ ଏଯାଏ ଘୋଷଣା କରିନାହିଁ। ଯାହାକୁ ନେଇ କ୍ରିକେଟ ପ୍ରେମୀ ଆଜିର ମ୍ୟାଚକୁ ନେଇ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅଷ୍ଟ୍ରେଲିଆ ସହ ଭାରତର ଅନ୍ତିମ ମ୍ୟାଚରେ ଓପନର ଶିଖର ଧାଓ୍ୱନ ଆହତ ହୋଇଥିବାରୁ ଏବେ ତାଙ୍କ ସ୍ଥାନରେ କିଏ ଖେଳିବେ ସେ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଧାଓ୍ୱନ ଶତକୀୟ ଇନିଂସ ଖେଳିଥିଲେ। ଏବେ ତାଙ୍କ ସ୍ଥାନରେ କିଏ ଖେଳିବେ, ସେନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ବ୍ୟାପକ ଚର୍ଚ୍ଚା ଚାଲିଛି।
ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ ସାତ ଥର ମୁହାଁମୁହିଁ ହୋଇଛନ୍ତି। କିଓ୍ଵି ଦଳ ଜିତିଛି ୪ଟି। ଭାରତ ୩ଟି ମ୍ୟାଚରେ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ଇଂଲଣ୍ଡ ମାଟିରେ ବିଶ୍ୱକପରେ ତିନିଟି ମ୍ୟାଚ୍ରେ ଭାରତକୁ ପରାସ୍ତ କରିଛି। ୨୦୦୩ ବିଶ୍ୱକପରେ ଶେଷ ଥର ଆମନା ସାମନି ହୋଇଥିଲେ ଦୁଇ ଦଳ। ଏବେ ୧୬ ବର୍ଷ ପରେ ପୁଣି ଥରେ ବିଶ୍ୱକପ୍ ଇଭେଣ୍ଟରେ ମୁକାବିଲା। ଏଥିପାଇଁ ଦୁଇ ଦଳ ସ୍ୱତନ୍ତ୍ର ରଣନୀତି ସହ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛି। ଏହି ମ୍ୟାଚ୍ ଆଜି ଅପରାହ୍ନ ୩ଟା ବେଳେ ଆରମ୍ଭ ହେବ ।