କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଏକ ଘରୋଇ ଫାଇନାନ୍ସ କର୍ମଚାରୀଙ୍କୁ ପିଟି ରକ୍ତାକ୍ତ କଲେ ଅସାମାଜିକ ବ୍ୟକ୍ତି
ଭୁବନେଶ୍ୱର(ସରୋଜ ରାଉତ);-ସହିଦନଗର ଥାନା ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା। କମିଶନରେଟ୍ ପୁଲିସ୍ ଜଣେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଏକ ଘରୋଇ ଫାଇନାନ୍ସ କର୍ମଚାରୀଙ୍କୁ ପିଟି ରକ୍ତାକ୍ତ କରିଛନ୍ତ ଅସାମାଜିକ। ଆହତ ଫାଇନାନ୍ସ କର୍ମଚାରୀ ହେଲେ ପବିତ୍ର ମୋହନ ମଲ୍ଲିକ। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାକୁ ଖୋଜୁଛି।ପବିତ୍ରଙ୍କ ଘର ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ। ସେ ରସୁଲଗଡ଼ ଅଞ୍ଚଳରେ ଭଡ଼ା ଘରେ ରହି ସହିଦନଗର ଥିବା ଏକ ଫାଇନାନ୍ସ ଅଫିସ୍ରେ ଚାକିରି କରିଛନ୍ତି।