ବିଦ୍ୟୁତ ସଟସର୍କିଟ ଯୋଗୁଁ ୮ ବଖରା ଘର ଜଳି ପୋଡି ପାଉଁଶ

(କେନ୍ଦ୍ରାପଡ଼ା/ଅଶ୍ଵିନୀ କୁମାର ସାହୁ): ଜିଲ୍ଲାର ରାଜକନିକା ବ୍ଲକ ନନ୍ଦୀମାହାରା ଗ୍ରାମର ବନମାଳୀ ଧଳଙ୍କ ଘରେ ବିଦ୍ୟୁତ ସଟସର୍କିତ ଯୋଗୁଁ ୮ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ, ଘର ଭିତର ଥିବା ସମସ୍ତ ଆସବାବପତ୍ର, ଗଛିତ ଟଙ୍କା ପାଖାପାଖୀ ଲକ୍ଷାଧିକ ଟଙ୍କାରସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି  । ଏହା ସହିତ ଦୁଇଟି ଗାଈ ନିଆଁରେ ପୋଡ଼ି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁ ଲାଗିବା ଜାଣିବା ପରେ ଗ୍ରାମବାସୀ ମାନେ ଦମକଳ ବାହିନୀକୁ ଖବର ଦେବା ସହିତ ଗ୍ରାମବାସୀମାନେ ନିଜେ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଦମକଳ ବାହିନୀ ପହଁଚିଲା ବେଳକୁ ସମ୍ପୂର୍ଣ ଘର ଜଳିଯାଇଥିଲା । ଗୋରୁକୁ ବଞ୍ଚାଇବାକୁ ଯାଇ ରଞ୍ଜନ ବେହେରା ଗୁରୁତର ଆହତ ହୋଇ  ପ୍ରଥମେ ରାଜକନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।