ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ବିଧାୟକ

ବ୍ୟୁରୋ : ପାର୍କ ଉଦଘାଟନ କରିବାକୁ ଯାଇ ହଟହଟା ହେଲେ ବିଜେଡି ବିଧାୟକ । ପ୍ରଥମେ ରାସ୍ତା ତିଆରି କର, ଏହାପରେ ପାର୍କ ଓ ନୂଆ ପ୍ରକଳ୍ପ ଉଦଘାଟନ କରିବେ । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ଏପରି କହି ଜବାବ ଲୋଡିଲେ ସ୍ଥାନୀୟ ଲୋକେ । ଶେଷରେ ପାର୍କ ଉଦଘାଟନ କରିନପାରି ବିଧାୟକ ପ୍ରଦୀପ ଦିଶାରୀ ଫେରି ଆସିଛନ୍ତି ।

କଳାହାଣ୍ଡି ଜିଲ୍ଲା ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚପୁର ପଞ୍ଚାୟତରେ ରାସ୍ତା ଦୟନୀୟ ରହିଛି । ଲୋକେ ଯିବା ଆସିବା ମଧ୍ୟ କରିପାରୁନାହାନ୍ତି । ଲକ୍ଷ୍ମୀ ବସ୍ ଯାଉଥିଲା ଏବେ କିନ୍ତୁ ଆଉ ଯାଉନି । ସ୍ଥାନୀୟ ଲୋକେ ବିଧାୟକଙ୍କ ଆଗରେ ଏପରି କହିଛନ୍ତି । ଏହି ସମୟରେ ବିଧାୟକ ଏବଂ ଲୋକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।