ବିଶ୍ୱ ଚେସ୍ ଚାମ୍ପିଅନସିପ୍ ୨୦୨୬କୁ ନେଇ ଆରମ୍ଭ ହୋଇଛି ଉତ୍ସାହ

ବିଶ୍ୱ ଚେସ୍ ଚାମ୍ପିଅନସିପ୍ ୨୦୨୬କୁ ନେଇ ଆରମ୍ଭ ହୋଇଛି ଉତ୍ସାହ। ଆଜିଠାରୁ ଆରମ୍ଭ ହେଉଛି ଏହି ମହାମୁକାବିଲା। ଟାଇଟଲ୍ ବଜାୟ ରଖିବା ଲକ୍ଷ୍ୟରେ ଚେସ୍ ବୋର୍ଡକୁ ଓହ୍ଲାଇବେ ଭାରତୀୟ ଗ୍ରାଣ୍ଡମାଷ୍ଟର ତଥା ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଡି. ଗୁକେଶ। ତାଙ୍କ ସାମ୍ନାରେ ରହିବେ ଉଜବେକିସ୍ତାନର ଜାଭୋଖିର ସିନ୍ଦାରୋଭ।

ବର୍ତ୍ତମାନର ବିଶ୍ୱ ଚାମ୍ପିଅନ୍ ଏବଂ ୨୦୨୬ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ବିଜେତାଙ୍କ ମଧ୍ୟରେ ହେବ ଏହି ଟାଇଟଲ୍ ଲଢ଼େଇ। ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ ଚାମ୍ପିଅନସିପ୍। ଏହି ପ୍ରତିଯୋଗିତାରେ ଉଭୟ ଖେଳାଳିଙ୍କ ମଧ୍ୟରେ ମୋଟ ୧୪ଟି କ୍ଲାସିକାଲ୍ ଗେମ୍ ଖେଳାଯିବ। ପ୍ରଥମେ ୭.୫ ପଏଣ୍ଟ ହାସଲ କରୁଥିବା ଖେଳାଳିଙ୍କୁ ବିଜେତା ଘୋଷଣା କରାଯିବ। ପ୍ରତ୍ୟେକ ବିଜୟ ପାଇଁ ଗୋଟିଏ ପଏଣ୍ଟ ଏବଂ ଡ୍ର ପାଇଁ ଉଭୟ ଖେଳାଳିଙ୍କୁ ଅଧା ଲେଖାଏଁ ପଏଣ୍ଟ ମିଳିବ।

ତେବେ ୧୪ଟି ଗେମ୍ ପରେ ଯଦି ଉଭୟଙ୍କ ପଏଣ୍ଟ ସମାନ ରହେ, ତେବେ ଟାଇବ୍ରେକର ଜରିଆରେ ଚୂଡ଼ାନ୍ତ ବିଜେତା ନିର୍ଣ୍ଣୟ କରାଯିବ। ଏବେ ସମସ୍ତଙ୍କ ନଜର ଭାରତୀୟ ତାରକା ଗୁକେଶଙ୍କ ଉପରେ। ସେ ପୁଣିଥରେ ବିଶ୍ୱ ଚାମ୍ପିଅନ୍ ମୁକୁଟ ବଜାୟ ରଖିପାରୁଛନ୍ତି କି ନାହିଁ, ତାହା ଉପରେ ରହିଛି କ୍ରୀଡ଼ାପ୍ରେମୀଙ୍କ ନଜର।