ନୂଆଦିଲ୍ଲୀ – ସାରା ବିଶ୍ୱ ଏବେ କରୋନା ଟିକାକୁ ନେଇ ଚିନ୍ତିତ । କେବେ ଆସିବ କରୋନା ଟିକା, ମିଳିବ ମୁକ୍ତି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ମଣିଷ ସାଧାରଣ ଜୀବନଯାପନ କରିବେ ।ଏହା ନୁହେଁ ଯେ ଟିକା ଆସିଲେ କରୋନାରୁ ମୁକ୍ତି ମିଳିବ ତାହା ଏବେ ଶତ ପ୍ରତିଶତ ଠିକ୍ ନୁହେଁ । କାରଣ ଟିକା ପ୍ରସ୍ୁତ କରୁଥିବା କମ୍ପାନୀମାନେ ପରୀକ୍ଷା ନୀରିକ୍ଷା ଚଳାଇଛନ୍ତି । କିଛି କମ୍ପାନୀ ତୃତୀୟ ପରୀକ୍ଷଣ ସାରି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକା ୯୫ ପ୍ରତିଶତ ପଳପ୍ରଦ କହୁଥିବାବେଳେ କିଛି କମ୍ପାନୀ ୭୦ ପ୍ରତିଶତ ଫଳପ୍ରଦ ବୋଲି ଘୋଷଣା କରୁଛନ୍ତି । ନଭେମ୍ବର ୨୦ ତାରିଖ ଦିନ ସ୍ୱଦେଶୀ ଟିକା କୋଭାକ୍ସିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜଙ୍କ ଶରୀରରେ ଟ୍ରାଏଲ କରାଯାଇଥିଲା । କିନ୍ତୁ ଅନୀଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ନିଜେ ଟ୍ୱିଟ କରି କହିଛନ୍ତି । ମୋତେ ସିବିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି େôଯ ଟିକା ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି ।ତେଣୁ ସମ୍ପୂର୍ଣ୍ଣ ବଜାରକୁ କରୋନା ଟିକା ଉପଲବ୍ଧ ନ ହେବା ପର୍ଯ୍ୟନ୍ତ ନିଜକୁ ନିଜ ସଚେତନ ହେବା ଆବଶ୍ୟକ ।