ଗୁଜରାଟ : ଗୁଜରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି । ହାତ ଛାଡି ପଦ୍ମ ଧରିଲେ ପାଟିଦାର ନେତା ହାର୍ଦ୍ଦିକ ପଟେଲ । ଗୁଜରାଟର ୫୦ରୁ ୫୫ ପାଟିଦାର ନେତାଙ୍କ ଖାସ ଦବଦବା ରହିଥିବା ବେଳେ ଏହି ପରିପ୍ରେକ୍ଷିରେ ହାର୍ଦ୍ଦିକ ପଟେଲ୍ ଏକ ପ୍ରମୁଖ ଚେହେରା ହୋଇପାରିବେ ବୋଲି କୁହାଯାଇଛି । ସୂଚନା ଅନୁସାରେ, ପାଖାପାଖି ତିନି ବର୍ଷ କାଳ ଧରି ହାର୍ଦ୍ଦିକ ପଟେଲ କଂଗ୍ରେସର ମଙ୍ଗ ଧରି ଚାଲୁଥିଲେ । ବର୍ତମାନ କୌଣସି କାରଣବସତଃ ସେ କଂଗ୍ରେସ ଛାଡିବା ପାଇଁ ବାଧ୍ୟ ହୋଇଗଲେ । ହାର୍ଦ୍ଦିକ ପଟେଲ ବିଜେପିରେ ସାମିଲ ହେବା ପରେ ବିଜେପି ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି । ପ୍ରଥମତଃ ବିଜେପି ସମସ୍ତ ପାଟିଦାର ନେତାମାନଙ୍କୁ ଏହା ସୂଚେଇ ଦେବାକୁ ଚାହୁଁଥିଲା କି, ଯେଉଁମାନେ ବର୍ଷ ବର୍ଷ ଧରି ନିଜ ଆସନରେ ବସି ଆସିିଥିଲେ । ଦ୍ୱିତୀୟରେ ହାର୍ଦ୍ଦିକ ପଟେଲଙ୍କୁ ଏତେ ବଡ ମଧ୍ୟ ହେବାକୁ ଦେବନି ଯାହାଦ୍ୱାରା କି ସେ ପାଟିଦାର ଭୋଟବ୍ୟାଙ୍କ ପାଇଁ ଦୁର୍ବଳତା ପାଲଟିଯିବେ ।
ତେବେ ଆଜି ଗୁଜରାଟର ଗାନ୍ଧୀନଗରରେ ଏକ ଭବ୍ୟ ସମାରୋହରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହୋଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, ସେ ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ସାମାଜିକ ସ୍ୱାର୍ଥ ସହିତ ଜନସାଧାରଣଙ୍କ ଆଗ୍ରହ ପାଇଁ ସେ ବିଜେପିରେ ସାମିଲ ହୋଇଛନ୍ତି । ଏହା ମଧ୍ୟ କହିଛନ୍ତି କି, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ସାଧାରଣ ସିପାହି ହୋଇ କାର୍ଯ କରିବି । ଏନେଇ ହାର୍ଦ୍ଦିକ ପଟେଲ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଦଳ କେବଳ ବିରୋଧ କରିବା ପାଇଁ ଉଦ୍ଦିଷ୍ଟ । ତେବେ ବିଜେପିରେ ସାମିଲ ହେବେ ବୋଲି ସେ ଦୁଇଦିନ ପୂର୍ବରୁ ସ୍ପଷ୍ଟ କରିଥିଲେ ।