ଭୁବନେଶ୍ୱର: ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ, OSD ପାଇଁ ଗାଇଡଲାଇନ |ରାଜ୍ୟ ସରକାର ଙ୍କ ଜିଏ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି |ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ପାହ୍ୟା ଅଫିସର ହୋଇପାରିବେ ବ୍ୟକ୍ତିଗତ ସଚିବ |ଯୁଗ୍ମ ସଚିବ କିମ୍ବା ଉପ ସଚିବ ପାହ୍ୟା ଅଫିସର ହୋଇପାରିବେ OSD |ପ୍ରାଇଭେଟ ସେକ୍ରେଟାରୀଙ୍କ ଠାରୁ ଗୋଟିଏ ରାଙ୍କ ଜୁନିଅର ହୋଇଥିବେ OSD |ପୂର୍ବରୁ ପ୍ରାଇଭେଟ ସେକ୍ରେଟାରୀ, OSD ଥିଲେ 5 ବର୍ଷ ବ୍ୟବଧାନ ଜରୁରୀ | ପୂର୍ବ ନିଯୁକ୍ତି ଓ ବର୍ତ୍ତମାନ ନିଯୁକ୍ତି ମଧ୍ୟରେ 5 ବର୍ଷ ବ୍ୟବଧାନ ବାଞ୍ଛନିୟ |ସମ୍ପୃକ୍ତ ଅଧିକାରୀଙ୍କ ନାଁ ରେ କିଛି ମାମଲା ବିଚାରାଧିନ ନଥିବା ଜରୁରୀ |ଶୃଙ୍ଖଳାଗତ, ଭିଜିଲାନ୍ସ କିମ୍ବା ଫୌଜଦାରି ମାମଲା ନଥିବା ଆବଶ୍ୟକ |