ସ୍ୱର୍ଗତ ଗଣପତି ନାଏକ (ଭୋଇ)ଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଜୁନାଗଡ଼ ସହରର ତାଳବନ୍ଦ ପଡ଼ାଠାରେ ସାବିତ୍ରୀ ବାଇ ପାଠଶାଳା ପକ୍ଷରୁ ଏକ ଭବ୍ୟ କାର୍ଯ୍ୟକ୍ରମ ମହା ଆଡ଼ମ୍ବର ସହକାରେ ଆୟୋଜିତ ହୋଇଯାଇଛି। ଏହି ଆୟୋଜନରେ ଶିକ୍ଷା, ସମାଜସେବା ଓ ସାମାଜିକ ସଚେତନତାକୁ ଗୁରୁତ୍ୱ ଦିଆଯାଇଥିଲା। ସ୍ୱର୍ଗତ ଗଣପତି ନାଏକଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ସହ ସମାଜରେ ଶିକ୍ଷାର ମହତ୍ତ୍ୱ ଓ ମାନବସେବାର ବାର୍ତ୍ତା ପ୍ରସାର କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।
ଏହି କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱରେ ସ୍ୱେଚ୍ଛାସେବୀ, ଆଇନଜୀବୀ ତଥା ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ରହିଥିବାବେଳେ ତାଙ୍କ ଉଦ୍ୟମରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ଆୟୋଜିତ ହୋଇଥିଲା। ଏଭଳି ସାମାଜିକ ଓ ଶିକ୍ଷାମୂଳକ ପଦକ୍ଷେପ ସମାଜରେ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିବା ସହ ଆଗାମୀ ପିଢ଼ିକୁ ଶିକ୍ଷା ଓ ସମାଜସେବା ପ୍ରତି ଅନୁପ୍ରାଣିତ କରିବ ବୋଲି ଆଶା ପ୍ରକାଶ ପାଇଛି।