(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଭଗବତୀ ମହାବିଦ୍ୟାଳୟଠାରେ ଗତକାଲି ସାଇସେନା ସେବା ସଂଗଠନ ଓ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ଏକ ଦିନିକିଆ ଅଗ୍ନିଶମ ପ୍ରତିରୋଧ ନିରାକରଣ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ମୁକାବିଲା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚମ୍ପାହର ଅଗ୍ନିଶମ ଅଧିକାରୀ ଜ୍ୟୋତିପ୍ରକାଶ ରଥ , ଅଧ୍ୟାପକ ଅରବିନ୍ଦ ସାହୁ, ସାମମାଜିକ କର୍ମୀ ରାମକୃଷ୍ଣ ମହାନ୍ତି , ସାଇସେନା ସଂଗଠନର ଉପଦେଷ୍ଟା ବ୍ରଜବନ୍ଧୁ ନାୟକ, ଅଧ୍ୟାପକ ବିଷ୍ଣୁ ଚରଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଚମ୍ପାହର ଅଗ୍ନିଶମ ଅଧିକାରୀ ଜ୍ୟୋତି ପ୍ରକାଶ ରଥ ଅଗ୍ନି ପ୍ରତିରୋଧ, ନିରାକରଣ, ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନା ଓ ମୁକାବିଲା କରିବାର ପଦ୍ଧତି ଓ ତାହାର କାର୍ୟ୍ୟକାରୀତା ସମ୍ଵଧରେ ତାଲିମ ପ୍ରଦାନ କରିଥିଲେ। ଏହି ଶିବିରରେ କୋଣାର୍କ ଭଗବତୀ ମହା ବିଦ୍ୟାଳୟ ର ଏନସିସି, ଜାତୀୟ ସେବା ଯୋଜନା ର ଛାତ୍ର ଛାତ୍ରୀ ମାନଙ୍କ ସମେତ ସାଇସେନା ସଂଗଠନ ର ୨୦୦ ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ୟ୍ୟକ୍ରମ କୁ ଜାତୀୟ ସେବା ଯୋଜନା ର ଅଧିକାରୀ ପ୍ରଭାକର ପାତ୍ର, ସାଇସେନା ସଂଗଠନ ର ଉପସଭାପତି ପଚାଂନନ ଲେଙ୍କା, ସହ ସଂପାଦକ କୁନାଲ ପାତ୍ର, ସତ୍ୟଜିତ ଵେହେରା, କର୍ଣ୍ଣଜିତ ଯେନା, ନ୍ୟାୟବ୍ରତ ଖଟୁଆ, ଵିଶ୍ଵଜିତ ଯେନା ଓ,ବଳରାମ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।