ବେଆଇନ କରତକଳ ଜବତ କଲା ପୋଲିସ

(ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ କେତକୀପାଟନା ପଞ୍ଚାୟତର ପଦ୍ମପୁର ଗ୍ରାମରେ ବେଆଇନ କରତ କଳ ଉପରେ ଚଢ଼ାଉ। କୌଣସି ସୁତ୍ରରୁ ଖବର ପାଇ ବାଲିଘାଇ ବାଲୁଖଣ୍ଡ ଅଭୟାରଣ୍ୟ ବନ ବିଭାଗ କର୍ମଚାରୀ ରେଞ୍ଜରଙ୍କ ମାଧ୍ୟମରେ ସ୍ପେସାଲ ପୋଲିସ ଫୋର୍ସ, ମାଜିଷ୍ଟ୍ରେଟ ଓ ଡିଏସପି ଙ୍କ ଉପସ୍ଥିତି ରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ ମୂଲ୍ୟବାନ କାଠ ଜବତ କରିଛନ୍ତି। ବର୍ଷ ବର୍ଷ ଧରି ବେଆଇନ କରତ କଳ ଚାଲିଥିବା ନେଇ ଅଭିଯୋଗ ହୋଇ ଆସୁଥିଲା।