ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଗଜପତି ଶାଖାର ସାଧାରଣ ପରିଷଦ ବୈଠକ

ଗଜପତି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ବୈଠକ ହୋଇଯାଇଛି।ଉକ୍ତ ବୈଠକରେ  ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟରତ ଅମଲାମାନେ ଯୋଗ ଦାନ କରିଥିଲେ।  ବୈଠକରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ପ୍ରସାଦ କୁମାର ପାତ୍ର, ଅମଲା ସଙ୍ଘ ସଭାପତି କୂର୍ମନାଥ ରଥ,ଓଡ଼ିଶା ଅମଲା ସଙ୍ଘ ଅଧ୍ୟକ୍ଷ ଶଙ୍କର ଲଲ ସୋରେନ,ଓଡ଼ିଶା ଟ୍ରେଜେରୀ ଅମଲା ସଂଘର ସଭାପତି ସୁଶୀଲ କୁମାର ପାଣିଗ୍ରାହୀ, ଓଡ଼ିଶା ଅମଲା ସଙ୍ଘ ଗଜପତି ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ,ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ସଭାପତି ସୁଶ୍ରୀ ସନ୍ଧ୍ୟାରାଣୀ ଶବର, ପ୍ରମୁଖ ମଞ୍ଚା ସିନ ଥିଲେ।

ଏହି ବୈଠକକୁ ଶିବ ପ୍ରସାଦ ପଣ୍ଡା ପରିଚାଳନା କରିଥିଲେ ଓଡ଼ିଶା ଅମଲା ସଙ୍ଘସଭାପତି  କୂର୍ମନାଥ ରଥ ସ୍ୱାଗତ ଜଣାଇ ସରକାରଙ୍କ ଦ୍ବାରା  ଦାବି ପୂରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଉପରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ।ଏହା ପରେ ମନୋରଞ୍ଜନ ପଟ୍ଟନାୟକ, ଶଙ୍କର ଲାଲ ସରେନ, ସୁଶୀଲ ପାଣିଗ୍ରାହୀ ଏବଂ ସନ୍ଧ୍ୟା ରାଣୀ ଶବର ପ୍ରମୁଖ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ନିଜ ନିଜର ଆଭିମୁଖ୍ୟ ରଖିବା ସହିତ ସୋସିଆଲ ମିଡିଆରେ ଅତ୍ୟନ୍ତ ସଂଯମତାର ସହିତ ମତାମତ ରଖିବା ପାଇଁ ଅନୁରୋଧ କରିଥିଲେ।

ତତପଶ୍ଚାତ ପ୍ରସାଦ ପଣ୍ଡାଙ୍କ ଅନୁମତି କ୍ରମେ ଉପସ୍ଥିତ ସଦସ୍ୟ ବୃନ୍ଦଙ୍କୁ ନିଜ ନିଜର ମତାମତ ରଖିବା ପାଇଁ ଅନୁରୋଧ କରିଥିଲେ।ସଦସ୍ୟମାନଙ୍କ ମଧ୍ୟରୁ ବରିଷ୍ଠ  ଭୈରବ ପ୍ରସାଦ ପଟ୍ଟନାୟକ ନିଜର ସୁଚିନ୍ତିତ ମତ ରଖିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳ କୃଷ୍ଣ ପାତ୍ର, ବସନ୍ତ ପାଶପୁରେଡ୍ଡୀ,ଜଗଦୀଶ ପଟ୍ଟନାୟକ ବଳ ଦେବ ରଥ ପ୍ରମୁଖ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଦାବୀ  ଗୁଡିକ ହେଲା କନିଷ୍ଠ ସହାୟକ/ କନିଷ୍ଠ  ରାଜସ୍ବ ସହାୟକ ମାନଙ୍କୁ ମୂଳ ଦରମା ORSP Rule 2027 ଅନୁଯାୟୀ ଲେଭେଲ 2 ପୂରଣ ନିମିତ୍ତ ନିଜ ନିଜର ମତ ଉପସ୍ଥାପନ କରିଥିଲେ।ପରିଶେଷରେ ଉପସ୍ଥିତ ଉପସ୍ଥିତ ସମସ୍ତ ସଦସ୍ୟ ଏବଂ ମଞ୍ଚା ସିନ ଜିଲ୍ଲା ନେତୃବୃନ୍ଦଙ୍କନିଷ୍ପତ୍ତି କ୍ରମେ ନିମ୍ନ ଲିଖିତ ନିଷ୍ପତ୍ତି ମାନ ଗ୍ରହଣ କରାଯାଇଥିଲା।

1-ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ପରାମର୍ଶ କ୍ରମେ  ଗତ ଜୁନ ମାସରେ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା।ତେଣୁ ପୁଣିଥରେ  ଆନ୍ଦୋଳନକୁ ଯିବା ପୂର୍ବରୁ ରାଜ୍ୟ ସଙ୍ଘ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହିତ ଆଲୋଚନା କରି ସଙ୍ଘର ଆଭିମୁଖ୍ୟ  ଉପସ୍ଥାପନ କରିବା ସହିତ ଦାବୀ ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଚେଷ୍ଟା କରନ୍ତୁ।

2- ରାଜ୍ୟ ସଙ୍ଘ ଓ ରାଜ୍ୟସରକାରଙ୍କ ମଧ୍ୟରେ ଆଲୋଚନାରୁ ନିଷ୍ପତ୍ତି ବାହାରିବା ମଧ୍ୟରେ ପ୍ରତୀକାତ୍ମକ ଆନ୍ଦୋଳନ ମାନ କରାଯାଇ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଅସନ୍ତୋଷ କୁ ଲୋକଲୋଚନକୁ ଅଣା ଯାଉ।

 3- ଏହା ପରେ ମଧ୍ୟ ଯଦି ରାଜ୍ୟ ସରକାର ଅଥବା ମୁଖ୍ୟମନ୍ତ୍ରୀଙ୍କ  ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ଠାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦାବୀ ପୂରଣ ନିମନ୍ତେ କୌଣସି ସୁଫଳ ମିଳୁନାହିଁ। ତେବେ  ଆନ୍ଦୋଳନ ନିମନ୍ତେ ରାଜ୍ୟ ସଙ୍ଘ ଯାହାଭି ନିଷ୍ପତ୍ତି ନେବ ଏହାକୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଗଜପତି ଶାଖାର ସମସ୍ତ ସଦସ୍ୟ ବୃନ୍ଦ ପାଳନ କରିବେ।