କାଠ ବୋଝେଇ ଟ୍ରକ ଜବତ

(ଜିତେନ୍ଦ୍ର କୁମାର ନାୟକ): ଗଞ୍ଜାମ ଜିଲ୍ଲା ବଡଗଡ ବନାଞ୍ଚଳରେ ଚୋରାକାଠ କାରବାର ଦିନକୁି ଦିନ ବୃଦ୍ଧି ହେବାରେ ଲାଗିଛି । ଆଜି ବିଶେଷ ସୂତ୍ରରୁ ଖବର ପାଇ ବଡଗଡ ବନବିଭାଗ ସକାଳ ୮ଟାରେ ବୋରଦା ଛକ ଠାରେ ଏକ କାଠ ବୋଝେଇ ଟ୍ରକକୁ ଜବତ କରିଛି । ଘଟଣାସ୍ଥଳରୁ ଡ୍ରାଇଭର ଓ କାଠମାଫିଆ ଫେରାର ହୋଇଯାଇଛନ୍ତି । ସେପଟେ ବନବିଭାଗ କହିଛି କି କାଠର ଅନୁମାନିକ ମୂଲ୍ୟ ପ୍ରାୟ ୬୦ ହଜାରରୁ ଅଧିକ ହେବ ।