ଚକଲେଟରେ ନିର୍ମାଣ ହୋଇଛି ଗଣେଶ ମୂର୍ତ୍ତି 

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗଣେଶ ପୂଜା। ଗଜାନନଙ୍କ ଆବାହନ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି । ରଙ୍ଗୀନ ତୋରଣ ଓ ସାଜସଜ୍ଜାରେ ପୂଜା ମଣ୍ଡପ ଶୋଭାପାଉଛି । ଚଳିତ ବର୍ଷ ବିନା କଟକଣାରେ ଗଜାନନଙ୍କ ପୂଜା ହେଉଛି । ଗଣେଶ ପୂଜା ପାଇଁ ସବୁଠି ଉତ୍ସାହ ଓ ଉତ୍କଣ୍ଠା । ହିନ୍ଦୁ ଧର୍ମରେ କୌଣସି ଶୁଭକାଯ୍ୟ ଆରମ୍ଭ କରିବା ଆଗରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ ।  ଏହାରିମଧ୍ୟରେ ଭୁବନେଶ୍ୱର ସ୍ଥିତ Club chocolate (The school of baking and fine pastry art) ଏକ ୪ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି । ଯେଉଁଥିରେ ୧୦୦ କେଜି ଚକଲେଟ ଓ ୨୪ କ୍ୟାରେଟ ଗୋଲ୍ଡ ଡଷ୍ଟ ବ୍ୟବହୃତ ହୋଇଛି । Club chocolate e co-founder  ରାକେଶ କୁମାର ସାହୁ ଙ୍କ ତତ୍ୱାବଧାନ ରେ ଉକ୍ତ ଅନୁଷ୍ଠାନର ଛାତ୍ର ଛାତ୍ରୀ ରଞ୍ଜନ, ସତ୍ୟ, ତୁଷାର, ଶୁଭଲକ୍ଷ୍ମୀ, ଅଙ୍କିତା, ମାହି ଏହି ମୂର୍ତ୍ତି ନିର୍ମାଣ କରିଛନ୍ତି । ପୂର୍ବରୁ ରାକେଶ ଏବଂ ତାଙ୍କ ଅନୁଷ୍ଠାନ ଚକଲେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ବେଶ ଚର୍ଚ୍ଚାରେ ଥିଲେ । ରାକେଶଙ୍କ କହିବା ଅନୁଯାଇ ଚକଲେଟ ରେ ପ୍ରସ୍ତୁତ ହୋଇଥିବା ଏହି ମୂର୍ତ୍ତି ଟି ଭୁବନେଶ୍ୱର ରେ ନିର୍ମିତ ହୋଇଥିବା ଅନେକ ବ୍ୟୟବହୁଳ ମୂର୍ତ୍ତି ମାନଙ୍କ ମଧ୍ୟରୁ ଅନ୍ୟତମ ।