କଟକ : କଟକ ଠାରେ ଥିବା ଜୁଡିସିଆଲ୍ ଅଭିଲେଖାଗାରର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ । ଏହି ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନନ୍ୟ ପଦକ୍ଷେପ ପାଇଁ ଓଡ଼ିଶା ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି |
ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ବିନୀତ ସରନ୍ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲିଧର ଅତିଥି ଭାବେ ଯୋଗ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ସନସାଇନ ପଡିଆରେ ଓହ୍ଲାଇବା ପରେ କାର୍ଯ୍ୟକ୍ରମ ସ୍ଥଳକୁ ଆସିଥିଲେ । ଏବଂ ଏହି ପଦକ୍ଷପକୁ ପ୍ରଶଂସା କରିଥିଲେ |
			
						