ଜଗତଗୁରୁଙ୍କୁ ଭେଟି ପରାମର୍ଶ ସହ ଆଶିର୍ବାଦ ନେଲେ ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ

ପୁରୀ:- ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଆନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡିଆ ଦୁଇଦିନିଆ ପୁରୀ ଗସ୍ତ ସାରି ଭୁବନେଶ୍ଵର ଫେରିଯିବା ର କାର୍ଯ୍ୟକ୍ରମ ରହିଛି । ତେବେ ସେ ଗତକାଲି ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଦେଶର ସାମ୍ପ୍ରତିକ ସ୍ଥିତି ଉପରେ ପରାମର୍ଶ ଗ୍ରହଣ କରିବା ସହ ଆଶିର୍ବାଦ ନେଇଥିଲେ । ସଂନ୍ଧ୍ୟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ସାନିଧ୍ୟ ଗ୍ରହଣ କରିଥିଲେ । ଆଗାମୀ ନବରାତ୍ରରେ ଦେଶର ଏକ ହଜାର ଗାଁରେ ଶସ୍ତ୍ର ପୂଜନ ସହିତ ଜପ ଓ କନ୍ୟା ପୂଜନ କରାଯିବା ସହ ଏକ ଲକ୍ଷ ଗ୍ରାମରେ ପ୍ରତି ସପ୍ତାହ ହନୁମାନ ଚାଳିଶା କେନ୍ଦ୍ର ଖୋଲାଯିବା ବୋଲି ସୂଚନ ଦେଇଥିଲେ । ସେହିଭଳି ଦୀପାବଳୀରେ ଗରିବ ପିଲାମାନଙ୍କୁ ମିଠା ଓ ଗରିବ ଲୋକଙ୍କୁ ପୋଷାକ ବଣ୍ଟନ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ହିନ୍ଦୁ ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ।