ଫେସବୁକ୍ ଓ ଇନଷ୍ଟାଗ୍ରାମକୁ ଫେରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଗତ ନଭେମ୍ବର ୩ ୨୦୨୦ରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ ଟ୍ରମ୍ପ ପରାଜୟ ହୋଇଥିଲେ | କିନ୍ତୁ ସେ ନିର୍ବାଚନରେ ଠକେଇ ହୋଇଥିବା ଅଭିଯୋଗ ଆଣିବା ପରେ ତାଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ଅନେକ ହିଂସାତ୍ମକ ପୋଷ୍ଟ କରିଥିଲେ | ତେବେ ଏହି ପୋଷ୍ଟ ଗୁଡିକ ଲୋକଙ୍କୁ ଉସକଉଥିବାରୁ ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ରଦ୍ଧ କରୁଥିଲେ | ତେବେ ପୁଣି ଥରେଫେସବୁକ୍ ଓ ଇନଷ୍ଟାଗ୍ରାମ ଓ ଟ୍ୱିଟରକୁ ଫେରୁଛନ୍ତି ଡୋନାଲ ଟ୍ରମ୍ପ | ଗତ ବର୍ଷ ନଭେମ୍ବରରେ ଏଲୋନ୍ ମସ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ସିଇଓ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃ ସୋସିଆଲ ମିଡିଆରେ ଖୋଲିଥିଲା ।