ମସ୍କୋ: ଋଷର ପର୍ମ ଷ୍ଟେଟ୍ ୟୁନିଭର୍ସିଟିରେ (ପିଏସ୍ୟୁ) ଗୁଳି ମାଡ । ଏହି ଗୁଳିମାଡରେ ୮ଜଣଙ୍କର ଜୀବନ ଯିବା ସହ ଅନ୍ୟୂନ ୧୦ ଜଣ ଆହତ ହୋଇଛନ୍ତି । ୟୁନିଭର୍ସିଟି ଭିତରକୁ ଜଣେ ବନ୍ଧୁକଧାରୀ ଅଜ୍ଞାତ ବ୍ୟକ୍ତି ପଶିଆସି ଆଖିବୁଜା ଗୁଳିମାଡ କରିଥିଲେ । ଏହି ଘଟଣାରେ ୧୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି । ପୂର୍ବାହ୍ନ ୧୧ଟା ବେଳେ ଏହି ଗୁଳିକାଣ୍ଡ ହୋଇଥିଲା । ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଛାତ୍ରଛାତ୍ରୀ ତଥ।। କର୍ମଚାରୀ ଜୀବନ ବିକଳରେ ଶ୍ରେଣୀ ଗୃହରେ ଆତ୍ମଗୋପନ କରିଥିବା ସୂଚନା ରହିଛି । ବନ୍ଧୁକଧାରୀ ଜଣକ ଉକ୍ତ ବିଶ୍ବବିଦ୍ୟାଳୟର ଛାତ୍ର ବୋଲି ‘ରୁଷ୍ର ‘ଇନ୍ଭେଷ୍ଟିଗେଟିଭ୍ କମିଟି’ କହିଛି।