ନ୍ୟାୟ ପାଇଁ ଲଢେଇ

(ସରୋଜ ରାଉତ /ତ୍ରିଲୋଚନ ରାଉତ)ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ରସିକନଗର ଗ୍ରାମର ଦ ୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ । ପାରିବାରିକ କହଳରୁ ସଂମ୍ପକୀୟ ଗ୍ରାମ ବାସୀଙ୍କ ସହଯୋଗରେ ତାଙ୍କ ପରିବାରକୁ ମାଡ଼ ମାରି ଦୀର୍ଘ ୫ ବର୍ଷ ହେବ ଗ୍ରାମରୁ ବାହାର କରିଦେଇଛନ୍ତି ।
ଏ ବିଷୟରେ ସ୍ଥାନୀୟ ପୋଲିସ ଓ ଜିଲ୍ଲାପାଳଙ୍କ ଠାରୁ ମୁଖମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ ।ତେଣୁ ସେ ବାଧ୍ୟ ହୋଇ ୯ ଦିନ ହେଲା ଲୋୟର ପିଏମଜିରେ ଧାରଣାରେ ବସିଥିଲେ । ଏଠାରେ ମଧ୍ୟ ତାଙ୍କ ଗୁହାରି କେହି ଶୁଣିଲେନି । କିନ୍ତୁ ଆଜି ଭୁବନେଶ୍ୱର ଡ଼ିସିପି ଅନୁପ କୁମାର ସାହୁ ୭ ଦିନ ଭିତରେ ତାଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ସେ ଅନଶନକୁ ସ୍ଥଗିତ ରଖିଛନ୍ତି ।