ସଇଁନ୍ତଳା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ହାଇସ୍କୁଲର କଳା ଶିଷକ ଶ୍ରୀଯୁକ୍ତ ପର୍ଶୁରାମ ସାହୁଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଟିଟିଲାଗଡ / ପ୍ରଶାନ୍ତ କୁମାର ମେହେର : ସଇଁନ୍ତଳା ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ ଗ୍ରାମ ପଞ୍ଚାୟତ ହାଇସ୍କୁଲର କଳା ଶିଷକ ଶ୍ରୀଯୁକ୍ତ ପର୍ଶୁରାମ ସାହୁଙ୍କୁ ବିଦ୍ୟାଳୟ ଓ ଶିଷକଙ୍କ ତରଫରୁ ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟାଳୟର ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଭାରାପ୍ରାପ୍ତ ପ୍ରଧାନ ଶିଷକ ବରୁଣ କୁମାର ସାହୁଙ୍କ ଅଧକ୍ଷତାରେ ଏହା ଅନୁଷ୍ଠିତ ହୋଇଥିବାବେଳେ ଉକ୍ତ ସଭାରେ ଶିଷକ ପ୍ରଦୀପ ସାହୁ, ଦିଲୀପ ସାହୁ, ହିନ୍ଦୀ ଶିଷକ, ପୂର୍ବତନ ଛାତ୍ର ପୂର୍ବତନ ସରପଞ୍ଚ କପିଳ ଭୋଇ, ବିନାୟକ ବେହେରା, ଗୌରହରୀ ସାହୁ, ସୁରେଶଚନ୍ଦ୍ର ସାହୁ, ରଞ୍ଜନ ବାଗ, କ୍ଷମାନିଧି ସାହୁ,ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ପର୍ଶୁରାମ ସାହୁ ଶିଷକଙ୍କୁ ସଂକୀର୍ତନ ଓ ବାଦ୍ୟ ଖୋଲ ତାଳ କରି ପଂଚାୟତ ସ୍ଥିତ ବୁଢ଼ାବାହଲ ଠାରୁ ତାଙ୍କ ବାସସ୍ଥାନ ଡୁଙ୍ଗୁରିପାଲି ପର୍ୟ୍ୟନ୍ତ ଗ୍ରାମବାସି ତଥା ଆଖପାଖ ଗ୍ରାମର ଶତାଧିକ ମହିଳା ପୁରୁଷ ଓ ଛାତ୍ରଛାତ୍ରୀ ଶ୍ରୀ ସାହୁଙ୍କୁ ସମ୍ଭାର୍ଦ୍ଧନା କରିଥିଲେ ।