ଫେକ ସୀମ୍ କାର୍ଡ ଜବତ ମାମଲା; ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ଫେକ ସୀମ୍ କାର୍ଡ ଜବତ ମାମଲା । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ରେ ଆଣିଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୁଷ୍ମନ୍ତ,ସାଇପ୍ରକାଶ ଓ ଅବିନାଶ କୁ ଅଧିକା ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ସାଇ ପ୍ରକାଶ ବିଏସଏନଲର ଡିଲର୍ ଥିଲା । ଅବିନାଶ ସେଠାରେ କର୍ମଚାରୀ ଭାବେ କାମ କରୁଥିଲେ । ସେହିପରି ଘଟଣାର ମାଷ୍ଟର ମାଇଣ୍ଡ ଥିଲା ଦୁଷ୍ମନ୍ତ । ସେ ବାୟର-ସେଲର ଗ୍ରୁପର ମୁଖ୍ୟ ଥିଲା । ଲୋକସଭା ସ୍ପିକର ଓମ ବିର୍ଲା ଙ୍କ ନାଁରେ ଫେକ ସୀମ ବାହାର କରି ଲୋକସଭା ସାଂସଦ ମାନଙ୍କୁ ଟଙ୍କା ମାଗୁଥିଲେ ଠକ । ତଦନ୍ତ ବେଳେ ଜଣାପଡିଲା ଯେ ସେହି ସୀମ ଓଡିଶା ଢେଙ୍କାନାଳ ରୁ କିଣା ହୋଇ ଆକ୍ଟିଭେଟ ହୋଇଥିଲା । ସେହି ମାମଲାର ତଦନ୍ତ କରି ଏହି ଫେକ ସୀମ ରାକେଟ ବିଷୟରେ ତଥ୍ୟ ପାଇଲା କ୍ରାଇମବ୍ରାଞ୍ଚ ।

ପରେ ସବୁ ଜିଲ୍ଳା ଏସପି ଙ୍କୁ ସମସ୍ତ ବିଏସଏନଲ, ଜିଓ, ଭୋଡାଫୋନଡିଲର ପଏଣ୍ଟ ସୀମ ବିକ୍ରେତାଙ୍କ ଉପରେ ଚଢ଼ାଉ କରିବାକୁ କ୍ରାଇମବ୍ରାଞ୍ଚ ନିର୍ଦେଶ ଦେଇଛନ୍ତି । ଦୁଇଟି ପେଟିଏମ ଆକାଉଣ୍ଟ ରେ ୩୦ ଲକ୍ଷ ଟଙ୍କାର ଟ୍ରାନଯକସନ୍ ର ତଥ୍ୟ ମିଳିଛି , ଅନ୍ୟ ଆକାଉଣ୍ଟ ଗୁଡିକରର ତଦନ୍ତ ଜାରିରହିଛି । ଏ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।