ବାଲେଶ୍ୱର: ମେଡିକାଲରେ ନକଲି ଡାକ୍ତର । ବାଲେଶ୍ୱର ମେଡିକାଲ ମେଡିସିନ ୱାଡରେ ଜଣେ ଡକ୍ତର ରୋଗୀ ଦେଖି ପ୍ରେସକ୍ରିପସନ ଲୋଖୁ ଥିଲା ବେଳେ ତାଙ୍କ ଉପରେ ସନ୍ଦେହ କରିଥିଲେ ହସ୍ପଟାଲର କର୍ମଚାରୀ । ଏବଂ ସେଠାରେ ଠାରୁ ସୁରକ୍ଷାକର୍ମୀ ମାନେ ରୋଗୀ ଦେଖିବାକୁ ବାରଣ କରିଥିଲେ । ପରେ ଡାକ୍ତର ଜଣଙ୍କ ଯୁକ୍ତ ତର୍କ କରିଥିଲେ । ପରବର୍ତ୍ତି ସୟରେ ଡାକ୍ତର ଜଣଙ୍କ ନକଲି ବୋଲି ଜଣାପଡିଥିଲେ । ନକଲି ଡାକ୍ତର ରୋଗୀ ଦେଖୁଥିବା ଜାଣିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ହସ୍ପିଟାଲରେନ ପୁଲିସ ପହଞ୍ଚି ନକଲି ଡାକ୍ତରକୁ ଟାଉନ ଥାନାକୁ ଆଣି ଅଟକ ରଖି ପଚାରାଉଚୁରା କରୁଛି।
ସୂଚନା ଅନୁଯାୟୀ ଆଜି ସକାଳେ ନକଲି ଡାକ୍ତର ଜଣଙ୍କ ମେଡ଼ିସିନ ୱାର୍ଡରେ ଭିତରେ ରୋଗୀ ଦେଖି ମେଡିସିନ୍ ଲେଖୁଥିଲେ। ଅନ୍ୟ ମେଡିକାଲ କର୍ମଚାରୀ ତାଙ୍କୁ ଦେଖି ସନ୍ଦେହ କରିବାରୁ ଡାକ୍ତରଖାନାରେ ଥିବା ସୁରକ୍ଷାକର୍ମୀଙ୍କୁ ଜଣାଇଥିଲେ। ସୁରକ୍ଷାକର୍ମୀ ନକଲି ଡାକ୍ତରଙ୍କୁ ପଚରାଉଚରା କରିଥିଲେ। ଏନେଇ ନକଲି ଡାକ୍ତର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଟାଉନ ଥାନା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନକଲି ଡାକ୍ତରଙ୍କୁ ଧରି ଥାନାକୁ ଆଣିଥିଲା। ସେଠାରେ ପୁଲିସ ନକଲି ଡାକ୍ତରକୁ ପଚରାଉଚରା କରୁଥିବା ସୂଚନା ମିଳିଛି। ତେବେ କିଏ ସେ ନକଲି ଡାକ୍ତର, ତାଙ୍କର ପରିଚୟ କ’ଣ ପୁଲିସ ତାହାର ତଦନ୍ତ କରୁଛି। ଏହାସହ ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ମଧ୍ୟ ଏହି ବିଷୟରେ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।