ଶ୍ରେଣୀଗୃହ ଉଦଘାଟନର କାର୍ଯ୍ୟକ୍ରମ ସମୟରେ  ଉତ୍ତେଜନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବଣମହୁରି ଗାଁରେ ଏକ ଅଭାବନିୟ ଘଟଣା ଘଟିଛି  ରୂଷିପୁର ଗ୍ରାମ ସମେତ ବଣମହୁରି ଗାଁରେ ବିଧାୟିକା ଲତିକା ପ୍ରଧାନଙ୍କ ଆଜି ଅପରାହ୍ନରେ ପଦଯାତ୍ରା କାର୍ଯ୍ୟକ୍ରମ ରହିଥିଲା ଏଥିସହ ବଣମହୁରି ଗାଁରେ ଶ୍ରେଣୀଗୃହ ଉଦଘାଟନର କାର୍ଯ୍ୟକ୍ରମ ମଧ୍ୟ ଥିଲା ତେବେ ବିଧାୟିକା ଲତିକା ପ୍ରଧାନ ଶ୍ରେଣୀଗୃହ ଉଦଘାଟନ କରିବା ପାଇଁ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା ଶତାଧିକ ଲୋକ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାୟିକାଙ୍କୁ ବିରୋଦ୍ଧ କରିଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହଉଚି କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର  ସମାଧାନ କରିଥିବା ଜଣାପଡିଛି ।