CHSE +୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ଏନେଇ ପ୍ରେସମିଟ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ

ଭୁବନେଶ୍ୱର: CHSE +୨ ଫିଜିକ୍ସ ପରୀକ୍ଷାରେ ତ୍ରୁଟି ଏନେଇ ପ୍ରେସମିଟ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ । ‘ ଆଉଟ ଅଫ ସିଲାବସ ନୁହେଁ , ଚଏସ ଡେଫିସିଟ ରହିଛି ବୋଇି କହିଲେ ପରୀକ୍ଷା ନିୟନ୍ତ୍ରକ । ତେବେ ରୋଗୁଲାର ଓ ଏକ୍ସ ରୋଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତୁ ହୋଇଥିବା ବେଳେ କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ ଡେଫିସିଟଇ ରହିଛି । ମୋଟ ୧୯ ନଂ ଚଏସ ଡେଫିସିଟ ରହିଛି । ତେବେ ଯେଉଁ ପିଲା ଏସବୁ ପ୍ରଶ୍ନ ଆଟେମ୍ପଟ ନେଇଥିବେ ସେମାନେ ଗ୍ରେସ ମାର୍କ ପାଇବେ ବେଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । ଏକ୍ସ ରେଗୁଲାର ପିଲାଙ୍କ କୌଣସି ଅସୁବିଧା ହୋଇନାହିଁ । ତେବେ ପ୍ରଶ୍ନ ପତ୍ର ତିଆରିରେ କେଉଁଠି ତ୍ରୁଟି ରହିଲା ତାର ଯାଞ୍ଚ ନିଶ୍ଚିତ କରାଯିବ ବୋଲି କହିଛନ୍ତି । ସେପଟେ ଗୋଟିଏ ଦିନରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ।
ସୂଚନା ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ୨୦ରେ ପରୀକ୍ଷା ଶେଷ ହେବ। ତେଣୁ ପରୀକ୍ଷା ସରିବାର ୨ ଦିନ ଭିତରେ ଖାତା ଦେଖା ଆରମ୍ଭ ହେବ ଅଥାର୍ତ ମାର୍ଚ୍ଚ ୨୨ରୁ ଖାତା ଦେଖା ଆରମ୍ଭ ହେବ ବୋଲି କୁହାଯାଉଛି । ମୋଟ ୧୫ ହଜାର ପରୀକ୍ଷକ ଖାତା ଦେଖିବାକୁ ନିୟୋଜିତ କରାଯିବ ବୋଲି କୁହାଯାଉଥିବା ବେଳେ ୨ଟି ପର୍ୟ୍ୟାୟରେ ଖାତା ଦେଖା ହେବ । ମାର୍ଚ୍ଚ ୨୨ରୁ ଏପ୍ରିଲ ୨ ଏବଂ ଏପ୍ରିଲ ୪ରୁ ଏପ୍ରିଲ ୧୫ ଯାଏଁ ଖାତା ଦେଖା ହେବ । ଏହାପରେ ମେ’ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ଅଶୋକ କୁମାର ନାୟକ ।