ସୁରକ୍ଷା କର୍ମୀଙ୍କ ଗୁଳିରେ ମହିଳା ମାଓବାଦୀ ମୃତ

(ସରୋଜ ରାଉତ)ଭୁବନେଶ୍ୱର:କନ୍ଧମାଳ ତୁମୁଡିବନ୍ଧ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ମାଓବାଦୀମାନେ ଗୁଳି ଚାଳନା କରିବାରୁ ସୁରକ୍ଷା କର୍ମୀ ଏହାର ଜବାବ ଦେଇଥିଲେ । ଫଳରେ ସେନା ଗୁଳିରେ ଜଣେ ମହିଳା କ୍ୟାଡର ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ୩ଗ୍ରେନେଡ ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି ।
ଏସଓଜି ଓ ଡିଭିଏଫ ପକ୍ଷରୁ ସଂପୃକ୍ତ ଅଂଚଳରେ କମ୍ବିଂ ଅପରେଶନ ଜାରି ରହିଛି ବୋଲି ଡିଜିପି ଆର. ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।