ନୂଆଦିଲ୍ଲୀ : ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ଉତ୍ତର ସୁମାତ୍ରା ଦ୍ୱୀପରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରେକର୍ଡ କରାଯାଇଛି । ଭୂମିକମ୍ପ ହେବା ଯୋଗୁଁ ସୁନାମୀ ହେବା ନେଇ ଲୋକଙ୍କୁ ସଚେତନ କରାଯାଇଛି । ସୂଚନା ଅନୂଯାୟୀ ଆଜି ସକାଳ ସାଢ଼େ ୬ଟାରେ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ୧୨୦ କିମି ଉତ୍ତର-ପୂର୍ବରେ ସମତଳ ଅଞ୍ଚଳରେ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଏହି ଭୂମିକମ୍ପରେ ଇଣ୍ଡୋନେସିଆରେ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡ଼ିନାହିଁ । ହେଲେ ସୁନାମୀ ହେବା ନେଇ ସତର୍କତା ଦିଆଯାଇଛି ।