କୋରାପୁଟ/ସୁନ୍ଦର କୁମାର ପାଣି : କୋରାପୁଟ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ | କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ନାରାୟଣପାଟଣା, ବନ୍ଧୁଗାଁ, କାକିରିଗୁମ୍ମା, ଦାମନଯୋଡି ଆଦି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩. ୮ ବୋଲି ସୂଚନା ମିଳିଛି। ୩ ରୁ ୪ ସେକେଣ୍ଡର ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ରହିଛି। ଭୂମିକମ୍ପ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ଭୟଭୀତ ରହିଛନ୍ତି। ବିଶେଷ କରି ନାରାୟଣପାଟଣା ଅଞ୍ଚଳରେ ଲୋକେ ଭୂମିକମ୍ପ ସମୟରୁ ବାହାରେ ରହିଥିବା ଦେଖିବାକୁ ମିଳିଥିଲା।
କିଛି ଲୋକଙ୍କ ଘର କାନ୍ଥ ଫାଟି ଯାଇଥିବା ସୂଚନା ରହିଛି। ଏବଂ କିଛି ଲୋକ ଘରୁ ବାହାରି ବାରଣ୍ଡାରେ ବସିଥିବା ବେଳେ ସେଠାରେ ତାଜା ଭାଙ୍ଗି ତାଙ୍କ ଉପରେ ପଡ଼ି ଥିଲା। ଫଳରେ କିଛିଲୋକ ସାମାନ୍ୟ ଆହାତ ହୋଇ ଥିବାରୁ ସେମାନଙ୍କୁ ମେଡିକାଲ ନେଇ ଚିକିତ୍ସା କରାଯାଇଥିଲା l ସୂଚନା ଅନୁସାରେ ନାରାୟଣପାଟଣା ବ୍ଲକର ବୋରିଗୀ, ନଙ୍ଗୋଲବେଡ଼ା ଅଞ୍ଚଳରେ ମଧ୍ଯ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି ।