ଭୁବନେଶ୍ୱର : ବିଶ୍ୱକପ ହକି ମ୍ୟାଚ ବେଳେ ଷ୍ଟାଡିୟମରେ ଭାରତଯୋଡ ଯାତ୍ରାର ଫ୍ଲା କାର୍ଡ ପ୍ରଦର୍ଶନ କଲେ ଛାତ୍ର କଂଗ୍ରେସ | ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଶୁକ୍ରବାର ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟସୀର ନବଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ନେତୃବୃନ୍ଦ କଳିଙ୍ଗ ଷ୍ଟାଡିୟମରେ ହେଉଥିବା ହକି ବିଶ୍ୱକପ ସେମି ଫାଇନାଲ ମ୍ୟାଚରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ପ୍ଲା କାର୍ଡ ପ୍ରଦର୍ଶନ କରିଥିଲେ।
ଛାତ୍ର କଂଗ୍ରେସ ପକ୍ଷରୁ ସେଠାରେ ନଫରତ ଛୋଡୋ, ଭାରତ ଯୋଡୋସ୍ଲୋଗାନ ମଧ୍ୟ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ମୂଖ୍ୟ ମୁଖପାତ୍ର ବିଶ୍ୱ ଭୂଷଣ ମହାପାତ୍ର, ବିଭୁତି ଭୂଷଣ ମହାପାତ୍ର, ସାଗର ପଟନାୟକ ତଫିକ ଏହମ୍ମଦ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।