(ପାରାଦୀପ / ପ୍ରଶାନ୍ତ କୁମାର ସ୍ବାଇଁ) : ଜଗତ ଜନନୀ ମା ଦୁର୍ଗା ଙ୍କ ଅଷ୍ଟମୀ ପୂଜା ସାରା ରାଜ୍ୟ ରେ ମହାସମାରୋହରେ ରିତି ନିତି ଅନୁସାରେ ପାଳିତ ହେଉଛି । ପାରାଦୀପ ବଣିକ ସଂଙ୍ଘ ପକ୍ଷରୁ ମଧ୍ୟ ପୂଜା କରାଯାଉଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାରାଦୀପ ବଣିକ ସଙ୍ଘ ପକ୍ଷରୁ ଦୁର୍ଗା ପୂଜା ବଡ଼ ଆଡ଼ମ୍ବରରେ ପାଳନ କରାଯାଇଛି। ଚଳିତ ବର୍ଷ ପ୍ରତି ସଂଧ୍ୟାରେ ଓଡ଼ିଶାର ସୁନାମଧିନ କଳାକାର ମାନଙ୍କ ଦ୍ବାରା ସାସ୍କୃତିକ କାର୍ୟ୍ୟକ୍ରମ କରିବା ସହ ପ୍ରତି ଦିନ ପୂଜାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଛି ବୋଲି ବଣିକ ସଂଘ ର ସଭାପତି ପ୍ରକାଶ କରିଛନ୍ତି।