ଆବଶ୍ୟକତା ଠାରୁ ଅଧିକ ଖାଉଛନ୍ତି କି କାକୁଡି ? ହେଇପାରେ ଏସବୁ ରୋଗ ..

(ପ୍ରିୟଦର୍ଶନୀ ସ୍ୱାଇଁ /ରିପୋର୍ଟରସ ଟୁଡ଼େ)ଭୁବନେଶ୍ୱର : ଖରା ଦିନ ଆରମ୍ଭରେ ବଜାରରେ କାକୁଡ଼ି ବିକ୍ରି ହୋଇଥାଏ। କାକୁଡ଼ିରେ ପୋଷକ ତତ୍ତ୍ବ ରହିଥାଏ, ଯାହା ଡାଇଟିଙ୍ଗ୍ ରେ ସବୁଠାରୁ ଉପାଦେୟ ସାବ୍ୟସ୍ତ ହୋଇଛି । କାକୁଡ଼ିରେ ୯୫ ପ୍ରତିଶତ ଜଳୀୟଅଂଶ ରହିଥାଏ। କାକୁଡ଼ିରେ ଭିଟାମିନ-ସି, ଭିଟାମିନ-କେ, କପର, ମ୍ୟାଗନେସିୟମ, ପୋଟାସିୟମ, ମାଙ୍ଗାନିଜ ଭଳି ପୋଷକ ତତ୍ତ୍ବ ରହିଥାଏ। କାକୁଡ଼ି ଶରୀର ପାଇଁ ଯେତିକି ଲାଭକାରୀ ସେତିକି ମଧ୍ୟ କ୍ଷତିକାରୀ ।
୧.ଆପଣ ଡାଇଟିଙ୍ଗ୍ି କରିବା ଚକରରେ ଦିନରେ ୧୦-୧୨ଟି କାକୁଡ଼ି ସେବନ କରିଥାନ୍ତି। ଏହା ଶରୀର ପାଇଁ ଲାଭକାରୀ ହୋଇଥାଏ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ସେବନ କଲେ ଏହା ଶରୀର ପାଇଁ ବିଷ ସମାନ ହୋଇଥାଏ ।

୨. କାକୁଡ଼ି କେବେବି ରାତି ସମୟରେ ସେବନ କରନ୍ତୁ ନାହିଁ। ଏହାକୁ ଅପରାହ୍ନ ସମୟରେ ସେବନ କଲେ ଶରୀର ପାଇଁ ସାମାନ୍ୟ ଲାଭକାରୀ ହୋଇଥାଏ, କିନ୍ତୁ ରାତି ସମୟରେ କାକୁଡ଼ି ସେବନ କଲେ ଏହା ଶରୀର ପାଇଁ ହାନିକାରକ ହେବା ସହିତ ଶରୀରକୁ କଷ୍ଟ ଦେଇଥାଏ।

୩. କାକୁଡ଼ିରେ କୁକୁର୍ବିଟାଇନ୍ସ ଭଳି ଟୋକ୍ସିକ୍ ଯୁକ୍ତ ତତ୍ତ୍ବ ରହିଥାଏ। ଆପଣ ଅଧିକ କାକୁଡ଼ି ସେବନ କରିବା ଦ୍ବାରା ଅଧିକ ମାତ୍ରାରେ ଟୋକ୍ସିକ୍ ଶରୀର ମଧ୍ୟକୁ ଯାଇଥାଏ। ଏହି କାରଣରୁ ଆପଣଙ୍କର ଲିଭର, ପାନକ୍ରିୟାଆଟିଟିସ୍, କିଡ଼ିନି ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ଫୁଲିଥାଏ। ଏହି କାରଣରୁ ଉଚିତ ମାତ୍ରାରେ କାକୁଡ଼ି ସେବନ କରନ୍ତୁ।

୪. କାକୁଡ଼ି ସାଧାରଣତଃ ଥଣ୍ଡା ହୋଇଥାଏ। ଅଧିକ କାକୁଡି ଖାଇବାରୁ କାଶ ବା ଥଣ୍ଡା ସମ୍ବନ୍ଧୀୟ ରୋଗ ହୋଇଥିଲେ ରାତି ସମୟରେ କାକୁଡ଼ି ସେବନ କରନ୍ତୁ ନାହିଁ । ଯଦି ଆପଣ କାକୁଡ଼ି ଅଧିକ ମାତ୍ରାରେ ସେବନ କରୁଛନ୍ତି ତେବେ ଆପଣଙ୍କ ପେଟ ପୁରିବା ଭଳି ଲାଗିଥାଏ। କାକୁଡ଼ିରେ ଫାଇର ରହିଥାଏ, କିନ୍ତୁ ଅଧିକ ସେବନ କରିବା ପରେ ଆପଣଙ୍କୁ ହାକୁଟି ଆସିଥାଏ ଏବଂ ଆପଣଙ୍କୁ କଷ୍ଟ ଅନୁଭବ ହୋଇଥାଏ।