ଭୁବନେଶ୍ୱର : ପାଞ୍ଚ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ନଷ୍ଟ କଲା ପୋଲିସ । ୫ ହଜାର ୨ଶହ ୫୭ କେଜି ଗଞ୍ଜେଇ ଏବଂ ୧ ହଜାର ୪୨ ଗ୍ରାମ ବ୍ରାଉନ ସୁଗାର ଜବତ କରି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତଗର୍ତ ଟାଙ୍ଗିଆ ପଡା ଠାରେ ଥିବା ସାନି କ୍ଲିନି ପ୍ରାଇଭେଟ ଲିମିଟେଡରେ ପୋଡି ନଷ୍ଟ କରିଛି ଏସଟିଏଫ ।

ଘଟଣା ସ୍ଥଳରେ ଏସଟିଏଫ ଆଇଜି ଜେ ଏନ୍ ପଙ୍କଜ ଓ ଏସଟିଏଫ ଏସପି କେ କେ ପାଣିଗ୍ରାହୀ ପହଞ୍ଚି ଥିବା ବେଳେ ଏସଟିଏଫ ର ଏକ ଦଶ ଜଣିଆ ଟିମର ତତ୍ୱାବଧାନରେ ଏତେ ଟଙ୍କାର ଜବତ ନିଶା ସାମଗ୍ରୀ ପୋଡି ନଷ୍ଟ କରାଯାଇଛି ।