(ଶ୍ରୀହର୍ଷ ମିଶ୍ର/ରିପୋଟର୍ସ ଟୁଡେ): କେରଳର କାରିପୁର ଏୟାରପୋର୍ଟରେ ଏୟାର ଇଣ୍ଡିଆ ବିମାନ ଦୂର୍ଘଟଣାରେ ଗୋଲ୍ଡ ମେଡାଲିଷ୍ଟ ପାଇଲଟ୍ ଦୀପକ ବସନ୍ତ ସାଥେଙ୍କର ମୃତ୍ୟୁ ହୋଇଛି । ତାଙ୍କର ବୋଇଙ୍ଗ ୭୩୭ ବିମାନ ଉଡାଇବାରେ ବହୁ ଅଭିଜ୍ଞତା ଥିଲା । ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ତେବେ ତାଙ୍କର ଏଭଳି ମୃତ୍ୟୁରେ ତାଙ୍କ ସମ୍ପର୍କୀୟ ଓ ଅଧିକାରୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଭାରତୀୟ ବାୟୁସେନା ଆକାଡେମିରେ ଦୀପକଙ୍କୁ ସ୍ୱର୍ଡ ଅଫ ଅନର ମିଳିଥିବା ବେଳେ ତାଙ୍କର ଏରିଅଲ୍ ଅପରେଟର ଭାବେ ୩୬ ବର୍ଷର ଉଡାଣ ଅଭିଜ୍ଞତା ରହିଥିଲା । କମର୍ସିଆଲ ପାଇଲଟ୍ ଭାବେ ଯୋଗ ଦେବା ପୂର୍ବରୁ ସେ ଭାରତୀୟ ବାୟୁସେନା ପାଇଁ ୨୧ ବର୍ଷ କାମ କରିଥିଲେ ବୋଲି ତାଙ୍କ ସମ୍ପର୍କିୟ ନୀଲେଶ ସାଥେ ସୋସିଆଲ ମିଡିଆ ଫେସବୁକ୍ରେ ପ୍ରକାଶ କରିଛନ୍ତି । ବନ୍ଦେ ଭାରତ ମିଶନରେ ଦୁବାଇ ଯିବା ପୂର୍ବରୁ ସେ ନିଜକୁ ଗର୍ବିତ ମନେ କରୁଥିଲେ । ସେଠାରୁ ଲୋକଙ୍କୁ ଆଣିବା ଯିବା ବେଳେ ସାଙ୍ଗରେ ଯଥେଷ୍ଠ ଫଳ, ଖାଦ୍ୟ ସାମଗ୍ରୀ ଓ ଔଷଧ ସାଙ୍ଗରେ ନେଇ ଯାଉଥିବା କଥା ମଧ୍ୟ ଜଣାଇଥିଲେ ବୋଲି ତାଙ୍କ ସମ୍ପର୍କିୟ କହିଛନ୍ତି । ନୀଲେଶ ସାଥେଙ୍କ କହିବା ଅନୁଯାୟୀ, ଦୀପକ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିବା ବେଳେ ଏକ ବିମାନ ଦୂର୍ଘଟଣାରେ ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେ ୬ ମାସ ଯାଏ ଚିକିତ୍ସିତ ହେଉଥିଲେ । ଏହି ଗୋଲ୍ଡ ମେଡାଲିଷ୍ଟ ପାଇଲଟ୍ ଜଣକ ଏବେ ନିଜ ପତ୍ନୀ ଓ ୨ ପୁଅଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ।
ସୂଚନାଯୋଗ୍ୟ, କ୍ୟାପଟେନ ଦୀପକ ସାଥେ ଏୟାର ଇଣ୍ଡିଆର ଫ୍ଲାଇଟ୍ ଯୋଗେ ଦୁବାଇରୁ ୧୯୧ ଜଣଙ୍କୁ ନେଇ ଆସୁଥିବା ବେଳେ କେରଳର କାରିପୁର ଏୟାରପୋର୍ଟରେ ଲ୍ୟାଣ୍ଡିଂ ସମୟରେ ଭାରସାମ୍ୟ ହରାଇବାରୁ କ୍ରାସ ହୋଇ ବିମାନଟି ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଏହି ଦୂର୍ଘଟଣାେରେ ଭାଦରତୀୟ ବାୟୁସେନାର ଦୀପକ ସାଥେଙ୍କ ସମେତ ଅନ୍ୟ ଜଣେ ପାଇଲଟ୍ ଓ ୧୨୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଥିବା ଜଣାପଡିଛି । ଦୂର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି ।