ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି

ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରାଯାଇଛି ।

(କଟକ) : ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରାଯାଇଛି । ଓମିକ୍ରନକୁ ଦୃଷ୍ଟିରେ ରଖି ଆସନ୍ତା ନବବର୍ଷ ଜନସମାଗମକୁ ଏଡାଇବା ପାଇଁ ଧବଳେଶ୍ବର ପୀଠରେ ୧୪୪ ଧାରା ଜାରି କରାଯାଇଛି। ୩୧ ଏବଂ ୧ ତାରିଖ ଦୁଇଦିନ ଧରି ଧବଳେଶ୍ଵର ପୀଠକୁ ୧୪୪ ଧାରା ଜାରୀ କରିଛି ଆଠଗଡ଼ ପ୍ରଶାସନ ।

ସୂଚନାନୁଯାୟୀ , ପୂର୍ବପରି ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରକାର ରୀତିନୀତି ଚାଲୁ ରହିବ । ଅନ୍ୟପଟେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପୀଠକୁ ନଆସିବା ପାଇଁ ଆଠଗଡ଼ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏନେଇ ଗଣମାଧ୍ୟମ ଜରିଆରେ ଆଠଗଡ଼ ଉପଜିଲ୍ଲାପାଳ  ନିବେଦନ କରିଛନ୍ତି ।